fbpx

୧୨୦ ବର୍ଷ ଯାଏଁ ବଞ୍ଚିବେ ମଣିଷ; ବୈଜ୍ଞାନିକଙ୍କ ଚମକ୍ରାର ଆବିଷ୍କାର

Advertisement

ନୂଆଦିଲ୍ଳୀ: ବିଜ୍ଞାନର ଉନ୍ନତି ସହିତ ଧୀରେ ଧୀରେ ମଣିଷ ଅମରତ୍ୱ ଆଡକୁ ଗତି କରୁଛି । ସାଧାରଣ ମଣିଷଙ୍କ ହାରାହାରି ବୟସ ୬୦-୬୫ ରହିଥିବା ବେଳେ ଏହାକୁ ଦ୍ୱିଗୁଣିତ କରିବାକୁ ଯାଉଛନ୍ତି ବେଜ୍ଞାନିକ । ବୈଜ୍ଞାନିକ ମାନେ ଏମିତି ଏକ ଆବିଷ୍କାର କରିଛନ୍ତି ଯାହାଦ୍ୱାରା ମଣିଷ ପ୍ରାୟ ୧୨୦ ବର୍ଷ ଯାଏଁ ବଞ୍ଚିପାରିବ । ମନୁଷ୍ୟ ଜିନ ଉପରେ କରାଯାଇଥିବା ପରୀକ୍ଷଣରୁ ଏହି ତଥ୍ୟ ସାମ୍ନାକୁ ଆସିଛି । କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ପ୍ରଫେସର ଶଙ୍କର ବାଲାସୁବ୍ରମଣ୍ୟମଙ୍କ ପକ୍ଷରୁ ଏହି ରିସର୍ଚ୍ଚ କରାଯାଇଥିଲା । ଜିନୋମ ସିକ୍ୱେନ୍ସିଂ ଜରିଆରେ ବୟସ ବୃଦ୍ଧିକୁ ରୋକା ଯାଇପାରିବ ।
ନୂତନ ଅଧ୍ୟୟନ ଅନୁଯାୟୀ ବୟସ ବୃଦ୍ଧି ପାଇଁ ଦାୟୀ ଗୁଣସୂତ୍ରର ଚିକିତ୍ସା କରାଯାଇ ପାରିବ । ଫଳ ସ୍ୱରୂପ ଉକ୍ତ ଗୁଣସୂତ୍ରର ଚିକିତ୍ସା କରାଯାଇ ବୟସ ବୃଦ୍ଧିକୁ ରୋକାଯାଇ ପାରିବ । ଏହା ଫଳରେ ମଣିଷ ପ୍ରାୟ ୧୨୦ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିପାରିବ । ଏହା ସହିତ ଶିଶୁଙ୍କ ନିକଟରେ ରହିଥିବା ଶାରୀରିକ ବିକଳାଙ୍ଗତା ମଧ୍ୟ ଦୂର କରାଯାଇପାରିବ ବୋଲି ପରୀକ୍ଷଣରୁ ଜଣାପଡିଛି । ସାଧାରଣତଃ ଏ ଟି ଏବଂ ଜି ଗୁଣସୂତ୍ର ଗୁଡିକ ବୟସ ବୃଦ୍ଧି ପାଇଁ ଦାୟୀ ହୋଇଥିବା ବେଳେ ଏହାର ନିରାକରଣ ବାହାର କରିବାରେ ସଫଳ ହୋଇଛନ୍ତି ବାଲାସୁବ୍ରମଣ୍ୟମ ।

Get real time updates directly on you device, subscribe now.