fbpx

(Video) ପୁଣି ସାମ୍ନାକୁ ଆସିଲେ ବାବୁସାନ, ପରିବାର ସହ ଜନ୍ମଦିନ ପାଳିବା ନେଇ ଦେଲେ ସୂଚନା

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାବୁସାନ-ତୃପ୍ତି ବିବାଦର ସମାଧାନ ଏପର୍ଯ୍ୟନ୍ତ ହୋଇପାରିନାହିଁ । ବାବୁସାନ ଏବଂ ପ୍ରକୃତି କାରରେ ଏୟାରପୋର୍ଟ ଯାଉଥିବା ସମୟରେ ସେମାନଙ୍କୁ ସତ୍ୟନଗର ଅଞ୍ଚଳରୁ ବାବୁସାନଙ୍କ ପତ୍ନୀ ତୃପ୍ତି ମହାନ୍ତି ଧରିଥିଲେ । ଏହାପରେ ତୃପ୍ତି ପ୍ରକୃତିଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ କରିଥିଲେ । ଏନେଇ ଭିଡିଓ ଭାଇରାଲ ହୋଇଥିଲା ।

ଘଟଣାକୁ ନେଇ ପ୍ରକୃତିଙ୍କ ବାପା, ମାଆ ଥାନାରେ ଏତଲା ଦେଇଥିଲେ । ବାବୁସାନଙ୍କ ପତ୍ନୀଙ୍କ ତରଫରୁ ମଧ୍ୟ ଏକ ମାମଲା ରୁଜୁ ହୋଇଥିଲା । ଏହି ଘଟଣାକୁ ନେଇ ସାରା ରାଜ୍ୟରେ ତୁମ୍ବିତୋଫାନ ଦେଖାଯାଇଥିଲା । ଏହା ମଧ୍ୟରେ ପ୍ରକୃତିଙ୍କୁ ପୋଲିସ ଜେରା କରିସାରିଥିବା ବେଳେ ବାବୁସାନଙ୍କୁ ମଧ୍ୟ ପୂର୍ବରୁ ସମନ ଜାରି କରାଯାଇଥିଲା । ଗତ ୨୭ ତାରିଖରେ ବାବୁସାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତୃପ୍ତିଙ୍କ ପକ୍ଷରୁ ଆଗତ ହୋଇଥିବା ମାମଲାରେ ବାବୁସାନ ଅଭିଯୁକ୍ତ ଥିବାରୁ ଜାମିନ ପାଇଁ ଆବେଦନ କରିଥିଲେ ।

ସେପଟେ ଘଟଣା ଦିନ ବାବୁସାନ ଫିଲ୍ମ ପ୍ରମୋଶନ ପାଇଁ ଚେନ୍ନାଇ ଚାଲିଯାଇଥିଲେ ଏବଂ ଚେନ୍ନାଇରୁ ଫେରିବା ପରେ ସେ ଗଣମାଧ୍ୟମ ଆଗରେ କୌଣସି ଉତ୍ତର ରଖିନଥିଲେ । ତେବେ ଗତକାଲି ବାବୁସାନ ନିଜେ ଗଣମାଧ୍ୟମ ସାମ୍ନାକୁ ଆସି କିଛି ଦିନ ମଧ୍ୟରେ ସବୁ କହିବେ ବୋଲି କହିଥିଲେ । ସମାନ ଢଙ୍ଗରେ ପ୍ରକୃତି ମଧ୍ୟ ଆଜି ଘରର ଛାତ ଉପରକୁ ଆସି ସମୟ ଆସିଲେ ସବୁ କଥା କହିବେ ବୋଲି କହିଛନ୍ତି ।

ତେବେ ଏହାରି ମଧ୍ୟରେ ବାବୁସାନ ପୁଣି ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି ଏବଂ ନିଜ ଜନ୍ମଦିନ ପାଳନ ନେଇ ପ୍ରତିକ୍ରିୟା ଦେଇଛନ୍ତି । କାଲି ନିଜର ଜନ୍ମଦିନ ପାଳନ ନେଇ ସୂଚନା ଦେଇଛନ୍ତି ବାବୁସାନ୍ । ବାପାମାଆଙ୍କ ସହ ଜନ୍ମଦିନ ପାଳିବି କହିଲେ ବାବୁସାନ୍ । ସ୍ତ୍ରୀ ଓ ପୁଅ ପାଖକୁ ଯାଇ ମଧ୍ୟ ଜନ୍ମଦିନ ପାଳିବେ କହିଛନ୍ତି ବାବୁସାନ୍ । ତେବେ ପୋଲିସ ପଚରାଉଚରା ପରେ ସବୁ ପ୍ରଶ୍ନର ଉତ୍ତର ଦେବି ବୋଲି କହିଲେ ବାବୁସାନ୍ ।

Get real time updates directly on you device, subscribe now.