fbpx

ଇବ୍ରାହିମ ରଇସୀ ହେଲେ ଇରାନର ନୂଆ ରାଷ୍ଟ୍ରପତି, ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର

Advertisement

ନୂଆଦିଲ୍ଲୀ: ଇବ୍ରାହିମ ରଇସୀ ଆଜି ଅର୍ଥାତ ଅଗଷ୍ଟ ୫ରେ ଇରାନର ନୂଆ ରାଷ୍ଟ୍ରପତି ପଦ ପାଇଁ ଶପଥ ନେବାକୁ ଯାଉଛନ୍ତି । ରଇସୀ ଇରାନର ୮ମ ରାଷ୍ଟ୍ରପତି ଭାବେ ଶପଥ ନେବାକୁ ଯାଉଛନ୍ତି । ଏହି ଶପଥ ସମାରୋହରେ ଭାରତୀର ବିଦେଶ ମନ୍ତ୍ରୀ ସୁବ୍ରମଣ୍ୟମ ଜୟଶଙ୍କର ମଧ୍ୟ ଉପସ୍ଥିତ ରହିବେ । ଏହା ପୂର୍ବରୁ ଜୟଶଙ୍କର ଗତ ମାସରେ ଋଷ ଗସ୍ତ ସମୟରେ ତେହରାନରେ ରଇସୀଙ୍କୁ ଭେଟିଥିଲେ ।

ରାଜନୈତିକ ବିଶେଷଜ୍ଞଙ୍କ ଅନୁସାରେ ଶପଥଗ୍ରହଣ ସମାରୋହରେ ବିଦେଶ ମନ୍ତ୍ରୀ ଜୟଶଙ୍କରଙ୍କ ଉପସ୍ଥିତି ଗୁରୁତ୍ୱପୂର୍ଣ୍ଣ ହୋଇପାରେ । ଇରାନ ଗସ୍ତରେ ବିଦେଶ ମନ୍ତ୍ରୀ ଜୟଶଙ୍କର ରଇସୀଙ୍କ ସହ ଅନ୍ୟ ନେତାଙ୍କ ସହ ମଧ୍ୟ କଥାବାର୍ତ୍ତା କରିବେ । ଭାରତ-ଇରାନ ମଧ୍ୟରେ ସମ୍ବନ୍ଧ ଏବଂ ଆଫଗାନିସ୍ତାନରେ ବର୍ତ୍ତମାନର ସ୍ଥିତି ଉପରେ ଆଲୋଚନା କରାଯାଇପାରେ ।

ଜାଣନ୍ତୁ କିଏ ହେଉଛନ୍ତି ଇବ୍ରାହିମ ରଇସୀ:

ଜୁନ ୨୦୨୧ରେ ରାଷ୍ଟ୍ରପତି ନିର୍ବାଚନରେ ରଇସୀ ଏକତରଫା ବିଜୟ ହାସଲ କରିଥିଲେ । କୁହାଯାଉଛି ରଇସୀ, ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲାହ ଅଲୀ ଖାମେନେଇଙ୍କ ବିଶ୍ୱସ୍ତ । ରଇସୀଙ୍କୁ ଆଞ୍ଚଳିକ ଦଳର ନେତା ଭାବରେ ବିବେଚନା କରାଯାଏ । ସେ ଆମେରିକା ସହ ପାଶ୍ଚାତ୍ୟ ଦେଶ ମାନଙ୍କ ସହ ଜଡ଼ିତ ମାମଲାର ସମାଧାନ ପାଇଁ ମଧ୍ୟ ଚେଷ୍ଟିତ ନୁହଁନ୍ତି । ଅବଶ୍ୟ ସେ କହିଛନ୍ତି ଯେ ସେ ଆମେରିକା ଦ୍ୱାରା ଲଗାଯାଇଥିବା ପ୍ରତିବନ୍ଧକ ହଟାଇବାକୁ ସବୁ ପ୍ରୟାସ କରିବେ ।

ରଇସୀ ବୃତ୍ତିରେ ଜଣେ ଜଜ୍ । ୧୯୮୮ରେ ରଇସୀ ତେହରାନ ରେଭୋଲ୍ୟୁସନାରୀ କୋର୍ଟରେ ଜଜ୍ ଥିଲେ । ୨୦୧୬ରେ ରଇସୀ ଅସ୍ତାନ କୁଦସ ରଜାବୀ ଫାଉଣ୍ଡେସନର ପ୍ରମୁଖ ରହିଥିଲେ । ୨୦୧୯ରେ ରଇସୀ ଇରାନର ଚିଫ୍ ଜଷ୍ଟିସ ହୋଇଥିଲେ । ତେବେ ୧୯୮୦ରେ ରାଜନୈତିକ କଏଦୀଙ୍କର ସାମୂହିକ ଫାଶୀଙ୍କୁ ନେଇ ଇବ୍ରାହିମ ରଇସୀଙ୍କ ଭୂମିକା ଉପରେ ପ୍ରଶ୍ନବାଚୀ ଉଠିଥିଲା ।

Get real time updates directly on you device, subscribe now.