ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୀଷ୍ମପ୍ରବାହ ସହ ରାଜଧାନୀ ଭୁବନେଶ୍ୱରରେ ହେଉଛି ମୁଣ୍ଡଫଟା ଖରା । ଦିନ ୧୧ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ଟପିଛି ଭୁବନେଶ୍ୱରର ତାପମାତ୍ରା । ଆଜି ତାତିରେ ରେକର୍ଡ ଭାଙ୍ଗିବ ରାଜଧାନୀ ଭୁବନେଶ୍ୱର । ସାଢ଼େ ୧୧ଟା ସୁଦ୍ଧା ୪୦ ଡିଗ୍ରୀ ତାପମାତ୍ରା ସହ ଭୁବନେଶ୍ୱର ପାଲଟିଛି ସବୁଠାରୁ ଉତ୍ତପ୍ତ ସହର ।
ଏହା ସହ ଝାରସୁଗୁଡ଼ା ଓ ଚାନ୍ଦବାଲିରେ ୩୭ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ବାଲେଶ୍ୱରରେ ୩୭.୨ ଡିଗ୍ରୀ, ସମ୍ବଲପୁରରେ ୩୭ ଡିଗ୍ରୀ, କେନ୍ଦୁଝରରେ ୩୬.୮ ଡିଗ୍ରୀ, ହୀରାପୁଦରେ ୩୬.୬ ଡିଗ୍ରୀ, ପୁରୀରେ ୩୨.୪ ଡିଗ୍ରୀ, ପାରାଦ୍ୱୀପରେ ୩୧.୮ ଡିଗ୍ରୀ, ଗୋପାଳପୁରରେ ୩୦.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।
ଅନ୍ୟପଟେ ଦେଶରେ ଗତ ୫ ଦିନ ହେବ ତାପମାତ୍ରା ବଢ଼ିବାରେ ଲାଗିଛି । ଉତ୍ତର ଭାରତର କିଛି ଅଞ୍ଚଳରେ ତାପମାତ୍ରା ୩ରୁ ୫ ଡିଗ୍ରୀ ବଢିଯାଇଛି । ଗୁଜରାଟ ଓ ମହାରାଷ୍ଟ୍ରର ଅନେକ ଅଞ୍ଚଳରେ ଗରମରୁ ତ୍ରାହି ପାଇବାର କୌଣସି ଆଶଙ୍କା ନାହିଁ । ରାଜଧାନୀ ଦିଲ୍ଲୀରେ ଦିନରେ ତାପମାତ୍ରା ୪୪ ଡିଗ୍ରୀ ଛୁଇଁଛି ।
ରାଜଧାନୀକୁ ଫେରିଲା ତାତି !!!
ଆଜି ଦିନ ୧୧.୩୦ ସୁଦ୍ଧା ଭୁବନେଶ୍ୱର ରେ ତାପମାତ୍ରା ୪୦ ଡ଼ିଗ୍ରୀ ରେକର୍ଡ
— Meteorological Centre, Bhubaneswar (@mcbbsr) April 23, 2022