ରାଞ୍ଚି:ଝାଡଖଣ୍ଡର ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀଙ୍କ ପତ୍ନୀ ସୀମା ପାତ୍ର ଏବଂ ବିଜେପି ନେତା ଙ୍କୁ ବୁଧବାର ସକାଳେ ଗିରଫ କରାଯାଇଛି। ସେ ରାଞ୍ଚିରୁ ଖସିଯିବାକୁ ଚେଷ୍ଟା କରୁଥିଲେ କିନ୍ତୁ ଆର୍ଗୋରା ପୋଲିସ ଦଳ ତାଙ୍କୁ ଧରିବାରେ ସକ୍ଷମ ହେଇଛି । ସୀମା ତାଙ୍କ ଘରେ କାମ କରୁଥିବା ଚାକରାଣୀ ସୁନୀତାଙ୍କୁ ହଇରାଣ କରି ନାନାଦି ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।
ସୀମାଙ୍କ ଗୃହ ସହାୟିକାଙ୍କ ନାଁ ସୁନିତା। ତାଙ୍କ ଗୃହ ସହାୟିକା ସୀମା ନିର୍ଯାତନା ଦେଉଥିବାର ଏକ ଭିଡିଓ ଭାଇରାଲ କରି ପୁଲିସରେ ଅଭିଯୋଗ କରିବା ପରେ ଝାଡଖଣ୍ଡ ବିଜେପି ମୁଖ୍ୟ ଦୀପକ ପ୍ରକାଶ ସୀମା ପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ।
ଭାଇରାଲ ଭିଡିଓରେ ପୀଡିତା ମହିଳା ସୁନୀତାଙ୍କୁ ଡାକ୍ତରଖାନା ଶଯ୍ୟାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତାଙ୍କର ଅନେକ ଦାନ୍ତ ଭାଙ୍ଗିଯାଇଥିବା ସହ ସେ ବସିବାକୁ ମଧ୍ୟ ଅସମର୍ଥ ଥିବା ଦେଖାଯାଇଥିଲା। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ତାଙ୍କ ଶରୀରରେ ଥିବା ଆଘାତ ଚିହ୍ନ ସୂଚିତ କରୁଛି ଯେ ତାଙ୍କୁ ବାରମ୍ବାର ମାଡ଼ ମରାଯାଉଥିଲା। ଭିଡିଓ ଦେଖିବା ପରେ ଅନେକ ଲୋକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ପରେ ବିଜେପି ମହିଳା ନେତ୍ରୀଙ୍କୁ ଗିରଫ କରିବାକୁ ଦାବି କରିଥିଲେ।
ଚାକରାଣୀ କେଉଁ ଅଭିଯୋଗ କରିଛନ୍ତି?
ସୁନୀତା ଅଭିଯୋଗ ଆଣିଥିଲେ ଯେ ୧୦ବର୍ଷ ହେଲାଣି ସେ ସୀମାଙ୍କ ଘରେ କାମ କରିଆସୁଛନ୍ତି । ଗତ ୬ବର୍ଷ ମଧ୍ୟରେ ସୀମା ପାତ୍ର ତାଙ୍କୁ ଅନେକ ଥର ମାଡ଼ ମାରିଛନ୍ତି। ତାଙ୍କୁ ଗରମ ତାୱା ଓ ବାଡ଼ିରେ ମାଡ଼ ମରାଯାଇଥିଲା। ଏହି ସମୟରେ ତାଙ୍କର ଦାନ୍ତ ଭାଙ୍ଗିଯାଇଥିଲା। ତାଙ୍କୁ ଚଟାଣରୁ ପରିସ୍ରା ଚାଟିବାକୁ ମଧ୍ୟ କୁହାଯାଇଥିଲା।