fbpx

ପ୍ରଥମ ଥର ଗଣତନ୍ତ୍ର ଦିବସରେ ଦେଖିବାକୁ ମିଳିଲା LCA Tejas, ଜାଣନ୍ତୁ ଏହା କାହିଁକି ଭାରତୀୟ ସେନାଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ

Advertisement

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ୨୦୨୪ର ପ୍ୟାରେଡ ସମୟରେ କର୍ତ୍ତବ୍ୟ ପଥ ଉପରେ ପ୍ରଥମଥର ପାଇଁ ଚାରୋଟି ଏଲସିଏ ତେଜସ ଫାଇଟର ଜେଟ ଉଡାଣ ଭରିଛନ୍ତି । ଏହା ଛୋଟ କିନ୍ତୁ ଭୟଙ୍କର ଯୁଦ୍ଧ ବିମାନ ଡାୟମଣ୍ଡ ଫର୍ମେସନ ତିଆରି କରିଛି । ତେଜସ ଫାଇଟର ଜେଟର ଦୁଇଟି ସ୍କ୍ୱାଡ୍ରନ ଅଛି । ଗୋଟିଏର ନାମ ଫ୍ଲାଇଙ୍ଗ ଡ୍ୟାଗର୍ସ ଏବଂ ଦ୍ୱିତୀୟର ନାମ ଫ୍ଲାଇଙ୍ଗ ବୁଲେଟ୍ସ ।

ତେଜସ ଫାଇଟର ଜେଟର ଆକାର ଛୋଟ ଅଟେ, ସେଥିପାଇଁ ବର୍ତ୍ତମାନ ଏହାକୁ କୌଣସି ରଡାର ସିଷ୍ଟମ ଏହାକୁ ଫାଇଟର ଜେଟର ଶ୍ରେଣୀରେ ରଖୁନାହିଁ । ସଏଥିପାଇଁ ଏହା ଶତ୍ରୁମାନଙ୍କ କବଳରେ ଧରା ପଡିବ ନାହିଁ । ଅର୍ଥାତ ଆକ୍ରମଣ କରିବା ଅତି ସହଜ । ଏହାର ଲମ୍ବ ୪୩.୪ ଫୁଟ, ଉଚ୍ଚତା ୧୪.୫ ଫୁଟ ଏବଂ ବିଙ୍ଗସ୍ପେନ ୨୬.୧୧ ଫୁଟ ଅଟେ ।

ଏହି ଫାଇଟର ଜେଟ କ୍ଲୋଜ-ଏୟାର-ଟୁ-ଗ୍ରାଉଣ୍ଡ ଅପରେସନରେ ସହାୟକ ହେବ । ଏହାର ଗତି ଘଣ୍ଟା ପ୍ରତି ୧୯୮୦ କିମି ଅଟେ । ଅର୍ଥାତ ସାଉଣ୍ଡର ସ୍ପିଡ ଠାରୁ ଦେଢ ଗୁଣା ଅଧିକ ଅଟେ । ଏଥିରେ ୨୪୫୮ କେଜି ଫ୍ୟୁଲ ଅସେ । ଏହାର ସମୁଦାୟ ରେଞ୍ଜ ୧୮୫୦ କିମି ଅଟେ । ଏହା ୫୩ ହଜାର କିମିର ଉଚ୍ଚତା ପର୍ଯ୍ୟନ୍ତ ଯାଇପାରିବ ।

ଏଥିରେ ଆଣ୍ଟି ରେଡିଏସନ ମିସାଇଲ ରୁଦ୍ରମକୁ ଲଗାଯିବ । ଏଥିରେ ଆଣ୍ଟି-ସିପ ମିସାଇଲ କେଏଚ-୩୫ ଏବଂ କେଏଚ-୫୯ଏମକେ ଲଗାଯାଇଛି । ଏହା ବ୍ୟତୀତ ଏହାର ଚାରିପାଖରେ ବୋମା ଲଗାଯାଇପାରିବ । ପ୍ରୋସିଶନ ଗାଇଡେଡ ମ୍ୟୁନିଶନ ପରି- ସ୍ପାଇସ, ଜେଡିଏଏମ, ଏଚଏସଏଲଡି, ଡିଆରଡିଓ ଗ୍ଲାଇଡ ବୋମା ଏବଂ ଡିଆରଡିଓ ଏସଏଏଡବ୍ଲୁ ।

Get real time updates directly on you device, subscribe now.