fbpx

ବ୍ୟାଙ୍କ ସହ ବଦଳିବ ଅନେକ ନିୟମ: ଜାଣନ୍ତୁ ଆପଣଙ୍କ ପକେଟରେ କେତେ ପଡିବ ପ୍ରଭାବ?

ନୂଆଦିଲ୍ଲୀ: ଆସନ୍ତା ୧ ଫେବ୍ରୁଆରୀ ୨୦୨୨ରୁ ବ୍ୟାଙ୍କିଂ ସହିତ ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ଆପଣଙ୍କ ଜୀବନ ସହ ଜଡ଼ିତ ଏହି ନିୟମଗୁଡ଼ିକରେ ପରିବର୍ତ୍ତନ ସିଧା ଆପଣଙ୍କ ପକେଡରେ ପ୍ରଭାବ ପକାଇବ । ଫେବ୍ରୁଆରୀ ମାସରୁ ବ୍ୟାଙ୍କ ଅଫ୍ ବରୋଦା, ଏସବିଆଇ ବ୍ୟାଙ୍କ ଓ ପସିଏନବି ବ୍ୟାଙ୍କ କାରବାରକୁ ନେଇ ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ଏହା ସହ ଫେବ୍ରୁଆରୀ ୧ରୁ ଏଲପିଜି ସିଲିଣ୍ଡର ଦାମ ବଦଳିଯିବ ।

ଟ୍ରାଞ୍ଜାକ୍ସନର ଲିମିଟ୍ ବୃଦ୍ଧି
ଏସବିଆଇ ଅନୁସାରେ, ଆଇଏମପିଏସ ମାଧ୍ୟମରେ ୨ ଲକ୍ଷରୁ ୫ ଲକ୍ଷ ଟଙ୍କା ମଧ୍ୟରେ ଟଙ୍କା ଟ୍ରାଞ୍ଜାକ୍ସନ କରିବା ଉପରେ ୨୦ ଟଙ୍କା+ପ୍ଲସ ଜିଏସଟି ଚାର୍ଜ ଲାଗିବ । ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇ ୨୦୨୧ ଅକ୍ଟୋବରରେ ଆଇଏମପିଏସ ମାଧ୍ୟମରେ ଟ୍ରାଞ୍ଜାକ୍ସନର ପରିମାଣ ୨ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି । ଆଇଏମପିଏସ ମାଧ୍ୟମରେ କରାଯାଇଥିବା ଟ୍ରାଞ୍ଜାକ୍ସନର ଲିମିଟ ବଢ଼ାଇଛି ଆରବିଆଇ । ଏବେ ଗୋଟିଏ ଦିନରେ ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କା ଟ୍ରାଞ୍ଜାକ୍ସନ କରିପାରିବେ ।

ବ୍ୟାଙ୍କ ଅଫ୍ ବରୋଦାର ନିୟମ ପରିବର୍ତ୍ତନ ହେବ
ଫେବ୍ରୁଆରୀ ୧ରୁ ବ୍ୟାଙ୍କ ଅଫ୍ ବରୋଦାର ଗ୍ରାହକଙ୍କ ଚେକ୍ କ୍ଲିୟରାନ୍ସ ସହ ଜଡ଼ିତ ନିୟମରେ ପରିବର୍ତ୍ତନ କରାଯିବ । ଏବେ ଫେବ୍ରୁଆରୀ ୧ରୁ ଚେକ୍ ପେମେଣ୍ଟ ପାଇଁ ଗ୍ରାହକଙ୍କୁ ପଜିଟିଭ ପେ ସିଷ୍ଟମ ଫଲୋ କରିବାକୁ ପଡିବ । ଅର୍ଥାତ୍ ଚେକ୍ ସହ ଜଡ଼ିତ ସୂଚନା ପଠାଇବାକୁ ପଡିବ, ସେବେ ଚେକ୍ କ୍ଲିୟର ହେବ । ଏହି ପରିବର୍ତ୍ତନ ୧୦ ଲକ୍ଷ ଟଙ୍କାରୁ ଅଧିକ ଚେକ୍ କ୍ଲିୟରାନ୍ସ ପାଇଁ ଲାଗୁ ହେବ ।

PNB ପେନାଲ୍ଟି
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଯେଉଁ ନିୟମ ପରିବର୍ତ୍ତନ କରିବାକୁ ଯାଉଛି, ତାହା ସିଧା ଆପଣଙ୍କ ପକେଟ୍ ଉପରେ ପ୍ରଭାବ ପକାଇବ । ଆପଣଙ୍କ ଆକାଉଣ୍ଟରେ ଟଙ୍କା ନଥିବା କାରଣରୁ, କିସ୍ତି ବା ନିବେଶ ଫେଲ୍ ହେବା କାରଣରୁ ୨୫୦ ଟଙ୍କା ପେନାଲ୍ଟି ଜରିମାନା ଦେବାକୁ ପଡିବ । ବର୍ତ୍ତମାନ ସୁଦ୍ଧା ଏହି ପେନାଲ୍ଟି ୧୦୦ ଟଙ୍କା ରହିଛି ।

LPG ଗ୍ୟାସ ସିଲିଣ୍ଡର
ପ୍ରତି ମାସର ପ୍ରଥମ ତାରିଖରେ ଏଲପିଜି ଗ୍ୟାସର ଦାମ୍ ସ୍ଥିର ହୋଇଥାଏ । ସେହି ହିସାବରେ ଫେବ୍ରୁଆରୀ ୧ରୁ ଏଲପିଜି ଗ୍ୟାସ ସିଲିଣ୍ଡରର ଦାମ୍ ବି ବଦଳିଯିବ ।

Get real time updates directly on you device, subscribe now.