ଅନେକ ସମୟରେ ପୁରୁଷ ମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଯାହା ଦ୍ୱାରା ସେମାନେ ଶାରୀରିକ ଓ ମାନସିକ ସ୍ତରରେ ଦୁର୍ବଳ ହୋଇପଡନ୍ତି । ଏପରି ପରିସ୍ଥିତିରେ ଯଦି ଆପଣ ମଧ୍ୟ ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାକୁ ଚାହୁଁଛନ୍ତି, ତେବେ ଗିଲୋଇକୁ ଆପଣ ନିତ୍ୟକର୍ମରେ ବ୍ୟବହାର କରନ୍ତୁ ।
କେବଳ ମହିଳା ନୁହଁନ୍ତି ଅନେକ ସମୟରେ ପୁରୁଷମାନଙ୍କର ମଧ୍ୟ କିଛି ସମସ୍ୟା ରହିଥାଏ । ସେଥିମଧ୍ୟରୁ କମ୍ ଶୁକ୍ରାଣୁ ସଂଖ୍ୟା ବା (Sperm count) ଏବଂ ବନ୍ଧ୍ୟାକରଣ (Infertility) ସମସ୍ୟା ସାଧାରଣ ହୋଇଥାଏ । କିନ୍ତୁ ଅନେକ ସମୟରେ ଦେଖାଯାଏ ଯେ ଅଧିକାଂଶ ପୁରୁଷ ସେମାନଙ୍କର ଏହି ସମସ୍ୟା ବିଷୟରେ ଡାକ୍ତରଙ୍କ ସହ କଥା ହେବାକୁ ମଧ୍ୟ କୁଣ୍ଠାବୋଧ କରିଥାନ୍ତି । ଏଥିସହିତ ଅନ୍ୟ କିଛି ପୁରୁଷମାନେ ଡାକ୍ତରଙ୍କ ସହ ପରାମର୍ଶ ନକରି ସପ୍ଲିମେଣ୍ଟ ନେବା ଆରମ୍ଭ କରିଦିଅନ୍ତି । ତେବେ ଏହି ସବୁ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଥିଲେ ନିଜ ନିତ୍ୟକର୍ମରେ ଗିଲୋଇର ବ୍ୟବହାର କରନ୍ତୁ । ଯାହା ପୁରୁଷଙ୍କ ସହ ଜଡିତ ଏହି ସମସ୍ତ ସମସ୍ୟାକୁ ଦୂର କରିବ । ତେବେ ଆସନ୍ତୁ ଜାଣିବା ପୁରୁଷଙ୍କ ପାଇଁ କିପରି ଉପକାରୀ ହୋଇଥାଏ ଗିଲୋଇ ।
ଉତ୍ତେଜକ ହରମୋନ୍ : ଗିଲୋଇ ହେଉଛି ଏକ ପ୍ରାକୃତିକ ଆଫ୍ରୋଡିସିଆକ୍ ଔଷଧ । ଏହା ପୁରୁଷମାନଙ୍କ ଚିନ୍ତା କମାଇବାରେ ସାହାଯ୍ୟ କରିବା ସହ ସେମାନଙ୍କର ହରମୋନ୍ ଶକ୍ତିକୁ ମଧ୍ୟ ଉତ୍ତେଜିତ କରିଥାଏ ।
ଶକ୍ତିରେ ଉନ୍ନତି : ଗିଲୋଇ ପୁରୁଷମାନଙ୍କ ଶକ୍ତି ଉର୍ଜା ଏବଂ ସହନ ଶକ୍ତିରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ । ଗିଲୋଇରେ ଶକ୍ତିଶାଳୀ ଆଣ୍ଟି ଡିପ୍ରେସର ଗୁଣ ରହିଥାଏ । ଯାହା ମନକୁ ଶାନ୍ତ ରଖିବା ସହ ଚିନ୍ତା, ରାଗ, ଓ ଚିଡିଚିଡାପଣକୁ କମ୍ କରିବାରେ ସାହାଯ୍ୟ କରିଥାଏ ।
ଶୁକ୍ରାଣୁ ସଂଖ୍ୟା ବୃଦ୍ଧି (Sperm count increase): ଶୁକ୍ରାଣୁ ସଂଖ୍ୟା ହ୍ରାସ ହେଉଛି ବନ୍ଧ୍ୟାତ୍ୱର ମୁଖ୍ୟ କାରଣ । ତେବେ ଶୁକ୍ରାଣୁ ସଂଖ୍ୟାକୁ ବୃଦ୍ଧି କରିବା ପାଇଁ ଆପଣ ଗିଲୋଇକୁ ଖାଇପାରିବେ । ଯାହା ଶୁକ୍ରାଣୁର ଗୁଣବତ୍ତାରେ ସୁଧାର ଆଣିବା ସହ ଏହାର ଗତିଶୀଳତାକୁ ମଧ୍ୟ ବୃଦ୍ଧି କରିଥାଏ ।
ବନ୍ଧ୍ୟା ସମସ୍ୟା (ଫର୍ଟିଲିଟି )ହ୍ରାସ : ବନ୍ଧ୍ୟାକରଣ ସମସ୍ୟା କେବଳ ମହିଳାମାନଙ୍କଠାରେ ନୁହେଁ, ପୁରୁଷମାନଙ୍କ ନିକଟରେ ମଧ୍ୟ ଦେଖା ଦେଇଥାଏ । ତେବେ ଆପଣଙ୍କର ଯଦି ଏହି ସମସ୍ୟା ଅଛି, ତେବେ ଆପଣ ଗିଲୋଇକୁ ଖାଇବା ଆରମ୍ଭ କରିପାରିବେ । ଏହାକୁ ଖାଇବା ଦ୍ୱାରା ଆପଣଙ୍କର ଏହି ସମସ୍ୟା ଦୂର ହୋଇଥାଏ ।
ଏହାକୁ ଖାଇବାର ଉପାୟ: ପୁରୁଷମାନେ ରାତିରେ ଶୋଇବା ପୂର୍ବରୁ ଏକ ଚାମଚ ଗିଲୋଇ ପାଉଡରକୁ ସେବନ କରିପାରିବେ । ଏହାକୁ କାଢା ଭାବରେ ମଧ୍ୟ ସେବନ କରିପାରିବେ ।