fbpx

MLA ମୋକିମଙ୍କୁ ୫ ହଜାର ଜରିମାନା ନିର୍ଦ୍ଦେଶ ଦେଲେ ହାଇକୋର୍ଟ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ଲାଗିଛି ଜବରଦସ୍ତ ଝଟକା । ମୋକିମଙ୍କ ପକ୍ଷରୁ ଆଗତ କରାଯାଇଥିବା ଏକ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛି । ବିଧାୟକଙ୍କ ବିରୋଧରେ ଆସିଥିବା ମାମଲାର କୌଣସି ଗୁରୁତ୍ୱ ନଥିବା ମୋକିମଙ୍କ ପକ୍ଷରୁ ଦର୍ଶାଯାଇଥିଲା । ମାମଲାର ଶୁଣାଣି କରି ବିଧାୟକଙ୍କୁ ୫ ହଜାର ଟଙ୍କାର ଫାଇନ୍ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ମୋକିମ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ ବିଜେଡି ବିଧାୟକ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଅଭିଯୋଗ କରିଥିଲେ । ତେବେ ଏହି ମାମଲାର ଗୁରୁତ୍ୱ ନଥିବା ଦର୍ଶାଇ ମାମଲାକୁ ଖାରଜ କରିବାକୁ ମୋକିମ ହାଇକୋର୍ଟରେ ଏକ ପିଟିସନ ଦାୟର କରିଥିଲେ । ବିନା ଶୁଣାଣିରେ ଏହି ମାମଲାକୁ ଖାରଜ କରିବାକୁ ମୋକିମଙ୍କ ପକ୍ଷରୁ ଆବେଦନ କରାଯାଇଥିଲା । ମାତ୍ର ମୋକିମଙ୍କର ଉକ୍ତ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି ।

୧୯୬୫ ମସିହା ଜୁଲାଇ ୩ ତାରିଖରେ ଜନ୍ମଗ୍ରହଣ କରିଥିବା ମୋକିମ ଗତ ୨୦୧୯ ବିଧାନସଭା ନିର୍ବାଚନରେ କଟକ-ବାରବାଟୀ ଆସନରୁ କଂଗ୍ରେସ ଟିକେଟରେ ବିଜୟୀ ହୋଇଥିଲେ । ସେ ଭୁବନେଶ୍ୱର ସ୍ଥିତ ଓରିଶା ଇଞ୍ଜିନିୟରିଂ କଲେଜରୁ ବି.ଇ. କରିଥିଲେ । ନିକଟରେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଚୟନ ସମୟରେ ତାଙ୍କ ନାମ ଚର୍ଚ୍ଚାରେ ରହିଥିଲା ।

Get real time updates directly on you device, subscribe now.