fbpx

ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି ମଙ୍କିପକ୍ସ: ଜାଣନ୍ତୁ ଏହାର ଲକ୍ଷଣ କ’ଣ ଓ ଏଥିରୁ କିପରି ରକ୍ଷା ପାଇବେ

Advertisement

ନୂଆଦିଲ୍ଲୀ: କରୋନାର ପ୍ରଭାବ ସାମାନ୍ୟ ହ୍ରାସ ପାଉପାଉ ବର୍ତ୍ତମାନ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କଲାଣି ମଙ୍କିପକ୍ସ ଭାଇରସ୍ ଏହାମଧ୍ୟରେ ଏହି ଭାଇରସ୍ ବିଶ୍ୱର ୨୫୭ଟି ଦେଶକୁ ବ୍ୟାପିସାରିଥିବା ବେଳେ ୨୫୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତିୀ । ତେବେ ଏହା ମଧ୍ୟରେ କେନ୍ଦ୍ର ସରକାର ମଙ୍କିପକ୍ସକୁ ନେଇ ଗାଇଡଲାଇନ୍ ଜାରି କରିଛନ୍ତି ।

ଜଣେ ବ୍ୟକ୍ତି ମଙ୍କିପକ୍ସରେ ସଂକ୍ରମିତ ହେଲେ ମୁଣ୍ଡ ବିନ୍ଧା, ଘୋଳା ବିନ୍ଧା, ଦୁର୍ବଳ ଲାଗିବା ଲକ୍ଷଣ ଦେଖାଦେଇଥାଏ । ଏହି ଭାଇରସ୍ ସଂକ୍ରମଣ ପ୍ରାରମ୍ଭରେ ଜ୍ୱର ମଧ୍ୟ ଆସିପାରେ । ପୁଷ୍ଟିହୀନତା ଦେଖାଦେଉଥିବା ଅଞ୍ଚଳମାନଙ୍କରେ ଏହି ରୋଗ ବ୍ୟାପିବାର ଆଶଙ୍କା ଅଧିକ ଥାଏ । ଏହି ରୋଗ ହେଲେ ହାତ, ବେକ, ଗୋଡ଼, ମୁହଁରେ ଫୋଟକା ଭଳି ଫଳିଯାଇଥାଏ । ଏହା ଦ୍ରୁତଗତିରେ ମାଡ଼େ ନାହିଁ, ମାତ୍ର ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ସଂକ୍ରମିତ ହେବାର ସମ୍ଭାବନା ୧୦ ପ୍ରତିଶତ ରହିଥାଏ ।

ମଙ୍କିପକ୍ସ ରୋଗୀଙ୍କ ସଂସ୍ପର୍ଶରେ ଯଦି କେହି ଆସେ, ତେବେ ତାହା ବ୍ୟାପିବାର ସମ୍ଭାବନା ରହିଥାଏ । ତେଣୁ ଏନେଇ ଜନସାଧାରଣ ସଚେତନ ରହିବା ଜରୁରୀ । ସଂକ୍ରମିତଙ୍କୁ ନିକଟକୁ ଯିବା ପୂର୍ବରୁ ଗ୍ଲୋଭସ, ମାକ୍ସ ଆଦି ପରିଧାନ କରି ଯିବା ଉଚିତ୍ । ଏଥିସହ ମଙ୍କିପକ୍ସ ରୋଗୀ ବ୍ୟବହାର କରୁଥିବା ପୋଷାକ, ଶଯ୍ୟା ସାମଗ୍ରୀକୁ ଅନ୍ୟମାନେ ବ୍ୟବହାର ନ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.