fbpx

ଭୁଲରେ କିନ୍ନରଙ୍କୁ ଦାନରେ ଦିଅନ୍ତୁ ନାହିଁ ଏହି ଜିନିଷ, ନଚେତ୍…

ଆମ ଦେଶରେ କିନ୍ନରଙ୍କୁ ବହୁତ ଶୁଭ ମନାଯାଏ । ଏଥିପାଇଁ ବାହାଘର ବା ଜନ୍ମଦିନରେ କିନ୍ନରଙ୍କୁ ଡକାଯାଏ । କୁହାଯାଏ କି, କିନ୍ନରଙ୍କ ଆର୍ଶୀବାଦରେ ଦମ୍ପତ୍ତିଙ୍କ ଆଗାମୀ ଜୀବନ ଖୁସିରେ ବିତିଥାଏ । ଏଥିପାଇଁ କୌଣସି ମଙ୍ଗଳ କାମରେ ତାଙ୍କର ଆସିବା ଶୁଭ ମନାଯାଏ । ସେହିପରି କିନ୍ନରଙ୍କୁ ଦାନ ଦେବା ଶୁଭ ହୋଇଥାଏ । ଯାହାଦ୍ୱାରା ସେମାନେ ଖୁସି ହୋଇଥାନ୍ତି ଓ ଆପଣଙ୍କର ଜୀବନର ଅନେକ ସମସ୍ୟା ଦୂରେଇ ଯାଏ ।

କିନ୍ତୁ ଆପଣ ଜାଣନ୍ତି କି, କିଛି ଜିନିଷ କିନ୍ନରଙ୍କୁ ଦାନରେ ଦେବା ଉଚିତ୍ ନୁହେଁ । ଯଦି ଏହି ଜିନିଷ ଆପଣ କିନ୍ନରଙ୍କୁ ଦାନରେ ଦିଅନ୍ତି ତେବେ ଅସୁବିଧାରେ ପଡିପାରନ୍ତି । ଆସନ୍ତୁ ଜାଣିବା ସେହି ବିଷୟରେ..

୧ଷ୍ଟିଲର ବାସନ ଦାନ:
କିନ୍ନରଙ୍କୁ ଷ୍ଟିଲର ବାସନ ଦାନରେ ଦେବା ଉଚିତ୍ ନୁହେଁ । ଯଦ କିନ୍ନରଙ୍କୁ ଷ୍ଟିଲର ବାସନ ଦିଅନ୍ତି, ତେବେ ଆପଣଙ୍କ ଘରୁ ସୁଖ ଶାନ୍ତି ଚାଲିଯାଇଥାଏ ।

୨ ଝାଡୁ ଦାନ:
କିନ୍ନରଙ୍କୁ କେବେ ବି ଘର ସଫା ହେଉଥିବା ଝାଡୁ ଦାନରେ ଦେବା ଉଚିତ୍ ନୁହେଁ । କୁହାଯାଏ କି କିନ୍ନରଙ୍କୁ ଝାଡୁ ଦେବା ଦ୍ୱାରା ଘରେ ଆର୍ଥିକ ପରିସ୍ଥିତି ସୃଷ୍ଟି ହୋଇଥାଏ ।

୩ ପ୍ଲଷ୍ଟିକ୍ ଦାନ:
ପ୍ଲାଷ୍ଟିକର କୌଣସି ଜିନିଷ କିନ୍ନରଙ୍କୁ ଦାନ କରିବା ଠିକ୍ ନୁହେଁ । ଏପରି କରିବା ଦ୍ୱାରା ଘରର ଉନ୍ନତିରେ ବାଧା ସୃଷ୍ଟି ହୁଏ ।

୪ ପୁରୁଣା ପୋଷାକ:
ପିନ୍ଧିଥିବା ପୋଷାକ ବା ପୁରୁଣା ପୋଷାକ କେବେ ବି କିନ୍ନରଙ୍କୁ ଦାନରେ ଦେବା ଉଚିତ୍ ନୁହେଁ ।

୫ ତେଲ ଦାନ:
କିନ୍ନରଙ୍କୁ କେବେି ଦେଲ ଦାନ କରନ୍ତୁ ନାହିଁ । କାରଣ ଏହାଦ୍ୱାରା ଆପଣଙ୍କୁ ଅନେକ ସମସ୍ୟା ଭୋଗିବାକୁ ପଡିବ ।

Get real time updates directly on you device, subscribe now.