fbpx

ଭାରତରେ ନୂଆ ବିଏମଡବ୍ଲୁ ୩ ସିରିଜ୍ ଗ୍ରାନ୍ ଲିମୋଜିନର ଶୁଭାରମ୍ଭ

ନୂଆଦିଲ୍ଲୀ: ବିଏମଡବ୍ଲୁ ଇଣ୍ଡିଆ ପକ୍ଷରୁ ଭାରତରେ ଏହାର ନୂଆ ବିଏମଡବ୍ଲୁ ୩ ସିରିଜ୍ ଗ୍ରାନ୍ ଲିମୋଜିନର ବଜାର ପ୍ରବେଶ କରାଯାଇଛି । ସ୍ଥାନୀୟ ରୂପେ ବିଏମଡବ୍ଲୁ ଗ୍ରୁପ୍ ପ୍ଲାଂଟ୍ ଚେନ୍ନାଇରେ ଉତ୍ପାଦିତ ଏହି କାର୍ ଉଭୟ ପେଟ୍ରୋଲ ଓ ଡିଜେଲ ଭାରିଆଂଟରେ ସମସ୍ତ ବିଏମଡ୍ଲୁ ଇଣ୍ଡିଆ ଡିଲରସିପରେ ଉପଲବ୍ଧ ହେଉଛି । ନୂଆ ବିଏମଡବ୍ଲୁ ୩ ସିରିଜ୍ ଗ୍ରାନ୍ ଲିମୋଜିନ୍ ନିଜ ସେଗ୍ମେଂଟରେ ସବୁଠାରୁ ଲମ୍ବା, ପ୍ରଶସ୍ତ ଓ ଆରାମଦାୟକ କାର୍ର ସ୍ଥାନ ହାସଲ କରିଛି ଏବଂ ଶ୍ରେଣୀରେ ଏକ ନୂଆ ବେଂଚ୍ମାର୍କ ସ୍ଥାପନ କରିଛି ।

ଦୁଇଟି ଭାରିଆଂଟ ଯଥା ବିଏମଡବ୍ଲୁ ୩୨୦ଏଲଡି ଏମସ୍ପୋର୍ଟ ଏବଂ ବିଏମଡବ୍ଲୁ ୩୩୦ଏଲଆଇ ଏମସ୍ପୋର୍ଟ ପାଇଁ ଏହାର ଏକ୍ସଶୋ’ରୁମ ମୂଲ୍ୟ ଯଥାକ୍ରମେ ୫୯,୫୦,୦୦୦ଟଙ୍କା ଏବଂ ୫୭,୯୦,୦୦୦ଟଙ୍କାର ରହିଛି । ବିଏମଡବ୍ଲୁ ଇଣ୍ଡିଆ ଫାଇନାନ୍ସିଆଲ ସର୍ଭିସ ମଧ୍ୟ ପ୍ରଦାନ କରୁଛି । ସର୍ଭିସ୍ ଇନ୍କ୍ଲୁସିଭ୍ ଓ ସର୍ଭିସ୍ ଇନ୍କ୍ଲୁସିଭ୍ ପ୍ଲସ୍ ମାଲିକାନା ଖର୍ଚ୍ଚକୁ ଆହୁରି କମ୍ କରୁଛି । ଗ୍ରାହକମାନେ ଅବଧି ଓ ମାଇଲେଜ୍ ଅନୁଯାୟୀ ଏକାଧିକ ସର୍ଭିସ୍ ପ୍ଲାନ୍ ମଧ୍ୟରୁ ଚୟନ କରିପାରିବେ । ଏହାର ବର୍ଦ୍ଧିତ ଏକ୍ସଟେରିୟର ବଡି ଡିଜାଇନ୍ ଫିଚରଗୁଡିକ ପୂର୍ବାପେକ୍ଷା ଅଧିକ ଅଭିବ୍ୟକ୍ତିଶୀଳ ଓ ଶକ୍ତିଶାଳୀ ହୋଇଛି ।

ନୂଆ ରିଫାଇନ୍ଡ ଇଂଟେରିୟର ଡିଜାଇନ୍କୁ ଚାଳନା ଆନନ୍ଦ ଉପରେ ଏକ ଧ୍ୟାନ ସହିତ ଏକ ଆଧୁନିକ ସ୍ଥାନ ପ୍ରଦାନ କରିବା ପାଇଁ ଡିଜାଇନ୍ କରାଯାଇଛି । ବିଏମଡବ୍ଲୁ ୩୩୦ଏଲଆଇର ଟୁ-ଲିଟର ଫୋର୍ସିଲିଣ୍ଡର ପେଟ୍ରୋଲ ଇିନ୍, ଏଇଟ୍-ସ୍ପିଡ୍ ଷ୍ଟେପଟ୍ରୋନିକ୍ ଟ୍ରାନ୍ସମିଶନ ୧୯୦କେଡବ୍ଲୁ/ ୨୫୮ଏଚପିର ଏକ ଆଉଟ୍ପୁଟ୍ ଓ ୧୫୫୦ ଆରପିଏମରେ ୪୦୦ଏନଏମ ର ସର୍ବାଧିକ ଟର୍କ ସୃଷ୍ଟି କରୁଛି । ଏହି କାର୍ କେବଳ ୬.୨ ଘଂଟା ପ୍ରତି ଶୂନ୍ୟ ରୁ ୧୦୦ କି.ମି ବେଗରେ ଏବଂ ଲିଟର ପିଛା ୧୫.୩୯କି.ମି ଇନ୍ଧନ ଉପଯୋଗରେ ଆକ୍ସିଲରେଟ୍ କରୁଛି ।

ସେହିଭଳି ବିଏମଡବ୍ଲୁ୩୨୦ଏଲଡି ର ଟୁ-ଲିଟର ଫୋର୍-ସିଲିଣ୍ଡର ଡିଜେଲ ଇିନ୍, ଏଇଟ୍ସ୍ପିଡ୍ ଷ୍ଟେପ୍ଟ୍ରୋନିକ୍ ଟ୍ରାନ୍ସମିଶନ ୧୪୦କେଡବ୍ଲୁ/୧୯୦ଏଚପି ଏକ ଆଉଟପୁଟ୍ ଓ ୧୭୫୦- ୨୫୦୦ଆରପିଏମରେ ୪୦୦ଏନଏମର ସର୍ବାଧିକ ଟର୍କ ସୃଷ୍ଟି କରୁଛି । ଏହି କାର୍ କେବଳ ୭.୬ ଘଂଟା ପ୍ରତି ଶୂନ୍ୟରୁ ୧୦୦ କିମି ବେଗ ଏବଂ ଲିଟର ପିଛା ୧୯.୬୧ କି.ମି ର ଇନ୍ଧନ ଉପଯୋଗରେ ଆକସିଲରେଟ୍ କରିଥାଏ । ଏସମ୍ପର୍କରେ ବିଏମଡବ୍ଲୁ ଗ୍ରୁପ୍ ଇଣ୍ଡିଆର ପ୍ରେସିଡେଂଟ୍ ବିକ୍ରମ ପାୱା କହିଛନ୍ତି, ‘୩ ସିରିଜ୍ ବିଶ୍ୱବ୍ୟାପୀ ଲକ୍ଷ ଲକ୍ଷ ଗ୍ରାହକଙ୍କ ହୃଦୟ ଜିତିଛି ।

Get real time updates directly on you device, subscribe now.