fbpx

ଆଜିଠୁ ଟୋକିଓ ଅଲିମ୍ପିକ୍ସ: ବିଶ୍ବ କ୍ରୀଡ଼ା ମହାକୁମ୍ଭର ଉଦଘାଟନୀ ସମାରୋହରେ ଯୋଗ ଦେବେ ୨୬ ଭାରତୀୟ

ଟୋକିଓ,(ଭାସ୍କର ନ୍ୟୁଜ୍): ଆଜିଠୁ ଆରମ୍ଭ ହେବ ଟୋକିଓ ଅଲିମ୍ପିକ୍ସ । ଏହି କ୍ରୀଡ଼ା ମହାକୁମ୍ଭର ଉଦଘାଟନୀ ସମାରୋହ ଅଲିମ୍ପିକ୍ସ ଷ୍ଟାଡ଼ିୟମ୍‌ରେ ହେବ ଏବଂ ଏହି ଉଦ୍‌ଘାଟନୀ ସମାରୋହରେ ଭାରତର ୨୬ ଜଣ ସଦସ୍ୟ ଭାଗ ନେବେ । ଏମାନଙ୍କ ମଧ୍ୟରେ ୨୦ଜଣ ଆଥଲେଟ୍‌ ଓ ୬ଜଣ ଅଫିସିଆଲ୍‌ ରହିଛନ୍ତି ବୋଲି ସୂଚନା ଦିଆଯାଇଛି ।କୋଭିଡ୍‌-୧୯ ମହାମାରୀକୁ ଦୃଷ୍ଟିରେ ରଖି ଉଦ୍‌ଘାଟନୀ ସମାରୋହରେ ଭାଗ ନେବାକୁଥିବା ଖେଳାଳିଙ୍କ ସଂଖ୍ୟା କମ୍‌ କରାଯାଇଛି । ଏହି କାରଣରୁ ଏଥର ମାତ୍ର ୨୬ ଭାରତୀୟ ଉଦଘାଟନୀ ସମାରୋହରେ ଅଂଶଗ୍ରହଣ କରିବେ । ଯେଉଁ ଖେଳାଳୀ ମାନଙ୍କର କ୍ରୀଡ଼ା ନିକଟରେ ହେବାର ଅଛି ସେମାନଙ୍କୁ ଉଦ୍‌ଘାଟନୀ ସମାରୋହରେ ସାମିଲ କରାଯାଇ ନାହିଁ ।

ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବା ଉଦ୍‌ଘାଟନୀ ସମାରୋହରେ ହକିରୁ ଜଣେ, ବକ୍ସିଂରୁ ୬, ଟେବୁଲ୍‌ ଟେନିସ୍‌ରୁ ୪, ରୋଇଂରୁ ୨, ଜିମ୍ନାଷ୍ଟିକ୍ସରୁ ଜଣେ, ସୁଇମିଂରୁ ୧, ନୌଚାଳନାରୁ ୪, ଫେନ୍ସିଂରୁ ଜଣେ ଖେଳାଳି ରହିବେ । ସେହିପରି ୬ ଅଧିକାରୀଙ୍କୁ ଏହି ତାଲିକାରେ ସାମିଲ୍‌ କରାଯାଇଛି । ହକି ଖେଳାଳି ଉଦ୍‌ଘାଟନୀ ସମାରୋହରେ ଭାଗ ନେବେ ନାହିଁ, କିନ୍ତୁ ପୁରୁଷ ଟିମ୍‌ର କ୍ୟାପଟେନ୍‌ ମନପ୍ରୀତ ସିଂ ଧ୍ୱଜାବାହକ ଥିବାରୁ ସେ ଏଥିରେ ଭାଗ ନେବେ । ମହିଳା ବକ୍ସର ଏମ୍‌ସି ମ୍ୟାରୀକମ୍‌ ମଧ୍ୟ ଧ୍ୱଜାବାହକ ଅଛନ୍ତି ଏବଂ ସେ ଉଦ୍‌ଘାଟନୀ ଉତ୍ସବରେ ଭାଗ ନେବେ ।

ଉଦ୍‌ଘାଟନୀ ସମାରୋହରେ ତୀରନ୍ଦାଜୀ, ଜୁଡୋ, ବ୍ୟାଡମିଣ୍ଟନ, ଭାରୋତ୍ତୋଳନ, ଟେନିସ୍‌, ହକି (ମହିଳା ଓ ପୁରୁଷ) ଓ ଶୁଟିଂର ଖେଳାଳି ଭାବେ ଭାଗ ନେବେ ନାହିଁ । ଏହି ଇଭେଣ୍ଟର ଖେଳାଳି ମାନେ ଜୁଲାଇ ୨୩ ଓ ୨୪ ତାରିଖରେ ମ୍ୟାଚ୍‌ ଖେଳିବାକୁ ଥିବାରୁ ସେମାନେ ଏହି ସମୟରେ ପ୍ରାକ୍ଟିସ୍‌ କରିବେ । ସେଥିାଇଁ ଏମାନଙ୍କୁ ଉଦ୍‌ଘାଟନୀ ସମାରୋହରୁ ଦୂରେଇ ରଖାଯାଇଛି । ଏହି ଷ୍ଟାଡିୟମରେ ଅଗଷ୍ଟ ୮ ତାରିଖରେ ଉଦ୍‌ଯାପନୀ ସମାରୋହ ଆୟୋଜନ ହେବ ।

Get real time updates directly on you device, subscribe now.