ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନୂଆବର୍ଷ ଅବସରରେ ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ପୂରଣ ହେବ ୧୩୭୫ଟି ପୋଷ୍ଟ ଗ୍ରାଜୁଏଟ ଟିଚର (ପିଜିଟି) ପଦ । ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଗତ ଡିସେମ୍ବର ମାସରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପ୍ରାର୍ଥୀଙ୍କୁ ୨୩ଟି ବିଷୟରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ଓପିଏସସିର ଅଫିସିଆଲ ୱେବସାଇଟକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।
ତେବେ ଏହା ମଧ୍ୟରେ ଆଜିଠାରୁ ୧୩୭୫ଟି ଟିଜିଟି ପଦ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଆସନ୍ତା ମାର୍ଚ୍ଚ ମାସ ୨ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ । ପ୍ରାର୍ଥୀଙ୍କୁ ଆନଥ୍ରୋପୋଲୋଜି, ଉଦ୍ଭିଦ ବିଜ୍ଞାନ, କମର୍ସ, କେମିଷ୍ଟ୍ରି, ଏଜୁକେସନ, ଇଂରାଜୀ, ଅର୍ଥନୀତି, ଭୂଗୋଳ, ଭୂବିଜ୍ଞାନ, ହିନ୍ଦି, ଇତିହାସ, ହୋମ ସାଇନ୍ସ, ଲଜିକ୍ / ଫିଲୋସଫି, ଓଡ଼ିଆ, ଗଣିତ, ଫିଜିକ୍ସ, ରାଜନୀତି ବିଜ୍ଞାନ, ମନୋବିଜ୍ଞାନ, ସଂସ୍କୃତି, ସାମାଜିକ ବିଜ୍ଞାନ, ପରିସଂଖ୍ୟାନ, ପ୍ରାଣୀ ବିଜ୍ଞାନ, ଉର୍ଦ୍ଦୁ ଆଦି ବିଷୟରେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ।
ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୧ ଓ ସର୍ବାଧିକ ବୟସ ୩୮ ବର୍ଷ ହୋଇଥିବା ଆବଶ୍ୟକ । ବୟସ ଯୋଗ୍ୟତା ୨୦୨୩ ମସିହା ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ହିସାବକୁ ନିଆଯିବ । ପ୍ରାର୍ଥୀ ପ୍ରାସଙ୍ଗିକ ବିଷୟରେ ମାଷ୍ଟର ଡିଗ୍ରୀ ସହିତ ଅତିକମରେ ୫୦ ପ୍ରତିଶତ ମାର୍କ ରଖିଥିବେ । ଏଥିସହିତ ପ୍ରାର୍ଥୀ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟୁ ବି.ଏଡ ପାସ୍ କରିଥିବେ । ଲିଖିତ, ପରୀକ୍ଷା, ବ୍ୟକ୍ତିତ୍ୱ ଟେଷ୍ଟ ଓ ସାକ୍ଷାତକାର ଆଧାରରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ । ୟୁଆର, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ଶ୍ରେଣୀ (ଏସଇବିସି), ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ପ୍ରାର୍ଥୀଙ୍କ ପାଇଁ ପଦ ସଂରକ୍ଷିତ ରହିଛି । ପ୍ରାର୍ଥୀ ଓଡ଼ିଆ ଭାଷା ଲେଖିବା, କହିବା ଓ ପଢ଼ିବା ଜାଣିଥିବେ ।