ଉଚ୍ଚ ରକ୍ତଚାପ ଏବଂ ଡାଇବେଟିସ୍ ଲୋକଙ୍କୁ ରହିଛି ଗମ୍ଭୀର ରୋଗର ବିପଦ! ରୁହନ୍ତୁ ସାବଧାନ୍…

ଉଚ୍ଚ ରକ୍ତଚାପ ସମସ୍ୟାକୁ ଅଣଦେଖା କରିବା ଘାତକ ହୋଇପାରେ । ବ୍ଲଡ ପ୍ରେସରକୁ ହାଇପରଟେନ୍ସନ ମଧ୍ୟ କୁହାଯାଏ । କିଛି ମାମଲାରେ ଏହାଯୋଗୁଁ ହାର୍ଟ ଆଟାକ୍, ହାର୍ଟ ଫେଲ୍, ଷ୍ଟ୍ରୋକ୍, ଡିମ୍ନେସିଆର କାରଣ ମଧ୍ୟ ହୋଇପାରେ । ବ୍ଲଡ୍ ପ୍ରେସର ଯେତେ ଅଧିକ ହେବ ହୃଦୟ ରୋଗ, କିଡନୀ, ଲିଭରର ସମସ୍ୟା ଅଧିକ ହେବ ।  ଅଧିକ ଓଜନ, ଆନୁବଶିଂକ, କିଡନୀରେ ସମସ୍ୟା, ଅଧିକ ଲୁଣ ଖାଇବା, ବ୍ୟୟାମ ନକରିବା ଆଦି କାରଣରୁ ମଧ୍ୟ ବ୍ଲଡ ପ୍ରେସର ହୋଇଥାଏ ।

ଡାଇବେଟିସ୍ କାରଣରୁ ମଧ୍ୟ  ବ୍ଲଡ୍ ପ୍ରେସର ଉଚ୍ଚ ହୋଇଯାଏ ଏବଂ ଶିରା ଉପରେ ଏହାର ପ୍ରଭାବ ପଡ଼ିଥାଏ । ଏମିତିରେ ଯଦି ସୁଗାର କଣ୍ଟ୍ରୋଲ ନରୁହେ ତାହା ମଧ୍ୟ ହାର୍ଟ, ବ୍ରେନ୍, କିଡନୀ, ଲିଭର ଉପରେ କୁପ୍ରଭାବ ପକାଇଥାଏ । ପ୍ରକୃତରେ ଡାଇବେଟିସ୍ ଏବଂ ହାଇ ବ୍ଲଡପ୍ରେସର କାରଣରୁ ଭାସ୍କୁଲାର ଡିସଫଙ୍କସନ, ଏଥେରୋକ୍ସେ୍ଲରୋସିସ, ଡିସ୍ଲିପିଡେମିୟା ଏବଂ ମୋଟାପଣ ଭଳି ସମସ୍ୟା ହୋଇପାରେ । ବିଶେଷଜ୍ଞଙ୍କ କହିବା ଅନୂଯାୟୀ ଡାଇବେଟିସ୍ ଏବଂ ହାଇବ୍ଲଡ୍ ପ୍ରେସର ଦ୍ୱାରା କିଡନୀ ଏବଂ ଲିଭରକୁ ଅସୁବିଧା ହୋଇପାରେ । ଏଥିପାଇଁ ଏଭଳି ଲୋକଙ୍କୁ ସ୍ୱାସ୍ଥ୍ୟର ଧ୍ୟାନ ଦେବାକୁ ପଡ଼ିବ ।

ଏହି ଦୁଇ ରୋଗ କିଡନୀ ଏବଂ ଲିଭର ଉପରେ କିଭଳି ପ୍ରଭାବ ପକାଇଥାନ୍ତି, ଆସନ୍ତୁ ଜାଣିବା ।

ଯଦି କାହାକୁ ଲଗାତାର ହାଇ ବ୍ଲଡ୍ ପ୍ରେସର ହେଉଛି ତେବେ କିଡନୀରେ ରକ୍ତ ପହଞ୍ଚାଉଥିବା ଧମନୀ ସଙ୍କୁଚିତ ହୋଇଯାଏ । ଫଳରେ ଠିକ୍ ଭାବରେ ରକ୍ତ ସଞ୍ଚାଳନ ହୋଇପାରେନାହିଁ । ଫଳରେ କିଡନୀକୁ କ୍ଷତି ପହଞ୍ଚିଥାଏ । କିଡନୀ ଟକ୍ସିନ୍ସକୁ ଫିଲ୍ଟର କରିପାରିନଥାଏ ଯାହାଦ୍ୱାରା କିଡନୀରେ ପ୍ରୋଟିନ ଏବଂ ଲୁଣ କମ୍ ହେବାରେ ଳାଗିଥାଏ । ଉଚ୍ଚ ରକ୍ତଚାପ ଯୋଗୁୁଁ ଲିଭର ଡ୍ୟାମେଜ୍ ହୋଇପାରେ ଏବଂ ଲିଭର ଫାଇବ୍ରୋସିସର ବିପଦ ମଧ୍ୟ ବଢ଼ିଥାଏ । ଆପଣଙ୍କ ଲିଭରରେ ଫ୍ୟାଟ୍ ର ବଢ଼ିବା ମଧ୍ୟ ଡାଇବେଟିସ୍, ହାଇ ବ୍ଲଡ ପ୍ରେସର  ଏବଂ କିଡନୀ ଭଳି ରୋଗର ଆଶଙ୍କାଙ୍କୁ ବଢ଼ାଇଥାଏ ।

ସମୟ ସହ ହାଇ ବ୍ଲଡ୍ କାରଣରୁ ଲିଭର ଉପରେ ଅତିରିକ୍ତ ଚାପ ପଡ଼ିଥାଏ ଏବଂ ତାହା ଫୁଲିବାକୁ ଲାଗିଥାଏ ଏବଂ ସିରୋସିସର ବିପଦ ବଢ଼ିଥାଏ । ହାଇବ୍ଲଡ ପ୍ରେସର ଏବଂ ନନ ଆଲକୋହଲିକ୍ ଫ୍ୟାଟି ଲଭର ଡିଜିଜ୍ ସହ ସମ୍ବନ୍ଧ ରହିଛି । ଏଥିପାଇଁ କୁହାଯାଏ ଯେ ଯଦି କାହାକୁ ହାଇବ୍ଲଡ୍ ପ୍ରେସରର ସମସ୍ୟା ଥାଏ ତେବେ ତାହା ଆଗକୁ ଯାଇ ଲିଭରକୁ ମଧ୍ୟ କ୍ଷତି ପହଞ୍ଚାଇପାରେ ।

ଡାଇବେଟିସ୍ ରେ ମଧ୍ୟ ଏଭଳି କିଡନିକୁ ଅସୁବିଧା ହୋଇଥାଏ । ଡାଇବେଟିସ୍, ମୂତ୍ରାଶୟର ଶିରାକୁ କ୍ଷତି ପହଞ୍ଚାଇଥାଏ ଯାହାଦ୍ୱାରା କିଡନୀ ଉପରେ ଚାପ ପଡ଼ିଥାଏ । ଏଥିରେ ବାରମ୍ବାର ହେଉଥିବା ୟୁରିନାରୀ ଇନଫେକ୍ସନ ର ବିପଦ ବଢ଼ିଥାଏ ।

ଉଚ୍ଚ ରକ୍ତାଚାପ କମ୍ କରିବା ପାଇଁ ଉପାୟ;

ଓଜନ କମ୍ କରନ୍ତୁ

ପୁଷ୍ଟିକର ଖାଦ୍ୟ ଖାଆନ୍ତୁ

ଲୁଣ କମ୍ ଖାଆନ୍ତୁ

ଆଲକହଲ ମାତ୍ରା ସୀମିତ କରନ୍ତୁ

ନିୟମିତ ବ୍ୟାୟାମ କରନ୍ତୁ