ଭୁବନେଶ୍ୱର: ପ୍ଲାଷ୍ଟିକ ନିଷିଦ୍ଧ ନିୟମକୁ କଡା କଡି ଭାବେ ପାଳନ କରିବା ପାଇଁ ଲାଗୁ ହୋଇଛି ନୂଆ ନିର୍ଦ୍ଦେଶ । ବିଭିନ୍ନ ପ୍ରକ୍ରିୟାରେ ବ୍ୟବହାର ହେଉଥିବା ପ୍ଳାଷ୍ଟିକକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ମୁଖ୍ୟ ସଚିବ । ତେବେ ମାତ୍ର କିଛିଟା ପରିସ୍ଥିତିରେ ଏହି ପ୍ଲାଷ୍ଟିକର ବ୍ୟବହାର କରାଯିବା ପାଇଁ ଅନୁମତି ଦିଆଯାଇଛି । ନଚେତ ଅନ୍ୟାନ୍ୟ ସ୍ଥାନରେ ଏହାକୁ ନିଷିଦ୍ଧ କରିବା ପାଇଁ କଡା ନିର୍ଦ୍ଦେଶ ଜାରି କରିଛନ୍ତି ମୁଖ୍ୟ ସଚିବ ।
ରାଜ୍ୟରେ ପ୍ଲାଷ୍ଟିକର ବହୁଳ ବ୍ୟବହାରକୁ ରୋକିବା ପାଇଁ କଡା ନିର୍ଦ୍ଦେଶ ଜାରି ହୋଇଛି । ତେବେ ରାସ୍ତା ନିର୍ମାଣ କାଯ୍ୟଁରେ ପ୍ଲାଷ୍ଟିକର ବ୍ୟବହାରକୁ ଅନୁମତି ମିଳିଛି । ଏ ନେଇ ରାଜ୍ୟସ୍ତରୀୟ ଟାସ୍କଫୋର୍ସ କମିଟି ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ସଚିବ । ସେହିପରି ସିମେଣ୍ଟ ପ୍ରସ୍ତୁତିରେ ଅଧିକ ପ୍ଲାଷ୍ଟିକ ବର୍ଜ୍ୟ ବବହାର ଉପରେ ଗୁରୁତ୍ୱାରୋପ କରାଯିବ । ଏଣିକି କଡାକଡି ଭାବରେ ପ୍ଲାଷ୍ଟିକ ନିୟମ ପାଳନ କରିବା ପାଇଁ ମୁଖ୍ୟ ସଚିବନିର୍ଦ୍ଦେଶ ଦେଇଛନ୍ତି ।