fbpx

ଭାରତୀୟ ଡାକବିଭାଗ ଉପଭୋକ୍ତାଙ୍କ ପାଇଁ ନିୟମରେ ବଡ଼ ପରିବର୍ତ୍ତନ,ଏଣିକି ବିନା ପାସ୍‌ବୁକ୍ ହୋଇପାରିବନି ଏହି ସବୁ କାମ

Advertisement

ନୂଆଦିଲ୍ଲୀ, ଭାରତୀୟ ଡାକବିଭାଗ ତା’ର ଉପଭୋକ୍ତାଙ୍କ ପାଇଁ ନିୟମରେ ପରିବର୍ତ୍ତନ କରିଛି । ଆଗରୁ ଉପଭୋକ୍ତାଙ୍କୁ ବିଭିନ୍ନ ସେବା ଲାଗି ପାସ୍‌ବୁକ୍‌ର ଆବଶ୍ୟକତା ପଡ଼ୁନଥିବାବେଳେ ଏଣିକି ଆର୍‌ଡି, ବରିଷ୍ଠ ନାଗରିକ ସେଭିଂ ସ୍କିମ୍‌, କିଶାନ ବିକାଶ ପତ୍ର ବା ନ୍ୟାସନାଲ ସେଭିଂ ସ୍କିମ୍‌ ଲାଗି ପାସ୍‌ବୁକ୍‌ର ଆବଶ୍ୟକତା ପଡ଼ିବ । ସେହିପରି କୌଣସି ଉପଭୋକ୍ତା ତାଙ୍କ ଦ୍ୱାରା ଜମା କରାଯାଇଥିବା ରାଶିର ମ୍ୟାଚୁରିଟି ସମାପ୍ତ ହୋଇଯାଇଥିଲେ ଯଦି ସେ ତାଙ୍କର ଆକାଉଣ୍ଟକୁ ବନ୍ଦ କରିବାକୁ ଚାହାଁନ୍ତି ତା’ହେଲେ ମଧ୍ୟ ପୋଷ୍ଟଅଫିସ୍‌ରେ ନିଜର ପାସ୍‌ବୁକ୍‌ ଦେଖାଇବାକୁ ପଡ଼ିବ । ତେବେ ଜମାକାରୀ ତାଙ୍କର ଆକାଉଣ୍ଟ କ୍ଲୋଜ୍‌ କରିବା ପରେ ଏନେଇ ସମ୍ପୃକ୍ତ ପୋଷ୍ଟଅଫିସ୍‌ ପକ୍ଷରୁ ପାଉତି ଜାରି କରାଯିବ ଯାହାକି ଜମାକାରୀଙ୍କ ପାଇଁ ଏନ୍‌ଓସି (ନୋ ଅବଜେକ୍ସନ ସାର୍ଟିଫିକେଟ୍‌)ର କାମ ଦେବ ।

Get real time updates directly on you device, subscribe now.