RBI ନେଲା କାର୍ଯ୍ୟାନୁଷ୍ଠାନ: ଗୋଟିଏ ସରକାରୀ ଓ ଗୋଟିଏ ଘରୋଇ ବ୍ୟାଙ୍କ ଉପରେ ବଡ଼ ଆକ୍ସନ

ନୂଆଦିଲ୍ଲୀ: ବ୍ୟାଙ୍କିଂ ନିୟମ ଅବମାନନା ଓ ଅନ୍ୟ କିଛି କାରଣରୁ କେନ୍ଦ୍ରୀୟ ବ୍ୟାଙ୍କ ଅନେକ ସମୟରେ କିଛି ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ । ତେବେ ଏହା ମଧ୍ୟରେ ଦୁଇଟି ବ୍ୟାଙ୍କ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସେହି ଦୁଇ ବ୍ୟାଙ୍କ ମଧ୍ୟରେ ଗୋଟିଏ ସରକାରୀ ବ୍ୟାଙ୍କ ହୋଇଥିବା ବେଳେ ଆଉ ଗୋଟିଏ ଘରୋଇ ବ୍ୟାଙ୍କ ସାମିଲ ରହିଛି ।

ସୂଚନା ମୁତାବକ, ଆରବିଆଇ ପକ୍ଷରୁ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବନ୍ଧନ ବ୍ୟାଙ୍କ ଓ ଇଣ୍ଡୋଷ୍ଟର କ୍ୟାପିଟାଲ ଫାଇନାନ୍ସ ଲିମିଟେଡ ଉପରେ ଜରିମାନା ଲାଗୁ କରାଯାଇଛି । ବ୍ୟାଙ୍କ ଅଫ୍ ଇଣ୍ଡିଆ ଉପରେ ୧.୪ କୋଟି ଟଙ୍କାର ଫାଇନ୍ ଲାଗୁ କରାଯାଇଛି । ସୁଧ ହାର, ଗ୍ରାହକ ସେବା ଓ କ୍ରେଡିଟ ଇନଫର୍ମେସନ କମ୍ପାନିଜ୍ ରୁଲ୍ସ, ୨୦୦୬ କ୍ଷେତ୍ରରେ ଆରବିଆଇର ନିୟମ ଉଲ୍ଲଂଘନ କରାଯାଇ ଥିବାରୁ କେନ୍ଦ୍ରୀୟ ବ୍ୟାଙ୍କ ଏହି ଆକ୍ସନ ନେଇଛି ।

ସେହିପରି ନିୟମ ଅବମାନନା ପାଇଁ ବନ୍ଧନ ବ୍ୟାଙ୍କ ଉପରେ ୨୯.୫୫ ଲକ୍ଷ ଟଙ୍କାର ଜରିମାନା ଲାଗୁ କରାଯାଇଛି । ଇଣ୍ଡୋଷ୍ଟର କ୍ୟାପିଟାଲ ଫାଇନାନ୍ସ ଲିମିଟେଡ ଉପରେ ୧୩.୬୦ ଲକ୍ଷ ଟଙ୍କା ଜରିମାନା ଲାଗୁ ହୋଇଛି । ଏନବିଏଫସି ନିୟମ, ୨୦୨୬ ଓ କେୱାଇସି ପ୍ରୋଭିଜନ ଉଲ୍ଲଂଘନ କାରଣରୁ ଆରବିଆଇ ଏହି ପଦକ୍ଷେପ ଗ୍ରହଣ କରିଛି ।