fbpx

ଉଚ୍ଚ ରକ୍ତଚାପର ବ୍ୟକ୍ତିଙ୍କ ପାଇଁ ରାମବାଣ : ଆପଣାନ୍ତୁ ଏହି ଜିନିଷ

ଭୁବନେଶ୍ୱର : ବର୍ତ୍ତମାନ ସମୟରେ ଉଚ୍ଚ ରକ୍ତଚାପ ସଭିଁଙ୍କ ପାଇଁ ଏକ ବଡ ସମସ୍ୟା ପାଲଟିଛି। ବିଶେଷ କରି ଅଧିକ ଲୁଣ ଖାଇବା, ବାହାରର ଖାଦ୍ୟର ଅଧିକ ସେବନ ଆଦି ଦ୍ୱାରା ଏହି ରୋଗ ହେବାର ସମ୍ଭାବନା ଅଧିକ ଥାଏ। ଅଧିକ ଛଣାଛଣି ଖାଦ୍ୟ ସେବନ ଦ୍ୱାରା କୋଲେଷ୍ଟେରୋଲ୍‌‌ ସମସ୍ୟା ସୃଷ୍ଟି କରିଥାଏ। ଫଳରେ ହୃଦୟ ପର୍ଯ୍ୟନ୍ତ ସଠିକ୍‌‌ ଭାବେ ରକ୍ତ ପହଞ୍ଚି ନପାରି ଉଚ୍ଚ ରକ୍ତଚାପ ସମସ୍ୟା ହୋଇଥାଏ।

ଉଚ୍ଚ ରକ୍ତଚାପ ଅଧିକ ରହିଲେ ହୃଦୟ ଜନିତ ରୋଗ ହେବାର ସମ୍ଭାବନା ଅଧିକ ଥାଏ। ଅଧିକ ଚିନ୍ତାଗ୍ରସ୍ତ ରହିଲେ ମଧ୍ୟ ଉଚ୍ଚ ରକ୍ତଚାପ ସମସ୍ୟା ସୃଷ୍ଟି ହୋଇଥାଏ। ଏମାନଙ୍କୁ କ୍ରୋଧ ମଧ୍ୟ ଶୀଘ୍ର ଆସିଥାଏ। ତେବେ ଉଚ୍ଚ ରକ୍ତଚାପ ରୋଗୀ କେଉଁ ଫଳ ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଜାଣନ୍ତୁ..

କଦଳୀ : ଉଚ୍ଚ ରକ୍ତଚାପ ରୋଗୀ କଦଳୀ ନିଶ୍ଚୟ ଖାଆନ୍ତୁ। ଏଥିରେ ପୋଟାସିୟମ ଭରପୁର ମାତ୍ରାରେ ରହିଛି। ଯାହା ଉଚ୍ଚ ରକ୍ତଚାପ ସମସ୍ୟାକୁ କମ୍‌‌ କରିବାରେ ସହାୟକ ହୋଇଥାଏ।

କମଳା  : କମଳା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏଥିରେ ଭିଟାମିନ ସି ପ୍ରଚୁର ମାତ୍ରାରେ ରହିଛି। ଏହା ଉଚ୍ଚ ରକ୍ତଚାପକୁ ବଢିବାକୁ ଦେଇନଥାଏ।

ସେଓ : ସେଓ ଏକ ସ୍ୱାସ୍ଥ୍ୟ ଉପକାରୀ ଫଳ। ଏହା ଶରୀର ପାଇଁ କୌଣସି ବରଦାନରୁ କମ୍‌‌ ନୁହେଁ। ନିୟମିତ ଗୋଟିଏ ସେଓ ଖାଇଲେ ଡାକ୍ତରଙ୍କ ପାଖକୁ ଯିବାକୁ ପଡିନଥାଏ ବୋଲି କୁହାଯାଏ। ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଛି। ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଏହା ଔଷଧ ଭଳି କାର୍ଯ୍ୟ କରିଥାଏ।

Get real time updates directly on you device, subscribe now.