fbpx

ଭିଜିଲାନ୍ସ ଜିଲ୍ଲାରେ ରାଜସ୍ୱ ନିରୀକ୍ଷକ

କଳାହାଣ୍ଡି, ୨୫ ।୩ (ଓଡିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଛନ୍ତି କଳାହାଣ୍ଡି ଜିଲ୍ଲା ତୁଲାପଡାର ରାଜସ୍ୱ ନିରୀକ୍ଷକ । ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରାଜସ୍ୱ ନିରୀକ୍ଷକ ଥବିର ଭୋଇ ଧରାପଡିଛନ୍ତି । କାର୍ଯ୍ୟାକାଳ ଓ ଲଇତାରା ଗାଁରେ ଥିବା ବାସଭବନରେ ଏନେଇ ଚଢାଉ ହୋଇଛି ।

ତେବେ ବାଲିସିଙ୍ଗା ପଂଚାୟତ ଅଧୀନସ୍ଥ ତେର୍ଲୋ ଗ୍ରାମର ନିରଞ୍ଜନ ନାୟକ ନିଜର ୧୬ ଏକର ୪୭ ଡେସିମଲ୍‍ ଜମିକୁ ୧୧ଜଣଙ୍କ ପାଇଁ ପାର୍ଟିସନ, ଡିମାର୍କେସନ୍‍ ଓ ସ୍କେଚ୍‍ ତିଆରି କରିବା ପାଇଁ ତୁଳାପଡା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ତେବେ ଏହି କାମ କରିବାପାଇଁ ତୁଳାପଡା ରାଜସ୍ୱ ନିରୀକ୍ଷକ ଥବିର ଭୋଇ ଆବେଦନକାରୀଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ଦାବୀ କରିଥିଲେ। ଏହା ଜାଣି ଆବେଦନକାରୀ ଭିଜିଲାନ୍ସର ସାହାଯ୍ୟ ଲୋଡ଼ିଥିଲେ।

Get real time updates directly on you device, subscribe now.