fbpx

ଏସ୍‌ବିଆଇ ଗ୍ରାହକଙ୍କୁ ଝଟକା: ବଢ଼ିଲା ଲୋନ ଇଏମ୍‌ଆଇ, ମହଙ୍ଗା ହେବ ହୋମ୍, ପର୍ସନାଲ ଓ ଗାଡ଼ି ଲୋନ୍

Advertisement

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ୍‌ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଗ୍ରାହକଙ୍କୁ ଝଟକା ଦେଇଛି । ଏସବିଆଇ ମାର୍ଜିନାଲ କଷ୍ଟ୍‌ ଅଫ୍‌ ଲେଣ୍ଡିଂ ରେଟ୍‌ (ଏମସିଏଲଆର)ରେ ୧୦ ବେସିସ୍‌ ପଏଣ୍ଟ ବୃଦ୍ଧି କରିଛି । ବ୍ୟାଙ୍କର ୱେବ୍‌ସାଇଟ୍‌ ଅନୁସାରେ ଏହି ପରିବର୍ତ୍ତନ ଅପ୍ରେଲ ୧୫ରୁ ଲାଗୁ ହୋଇଯାଇଛି । ଏମସିଏଲଆରରେ ବୃଦ୍ଧି ଫଳରେ ହୋମ୍‌ ଲୋନ୍‌, ପର୍ସନାଲ ଲୋନ୍‌, ଅଟୋ ଲୋନ୍‌ ମହଙ୍ଗା ହୋଇଯିବ । ଏହାଦ୍ୱାରା ଇଏମଆଇ ଉପରେ ସିଧାସଳଖ ପ୍ରଭାବ ପଡିବ । ଏସବିଆଇର ୱେବସାଇଟ୍‌ ଅନୁସାରେ ଗ୍ରାହକମାନଙ୍କ ପାଇଁ ଓଭରନାଇଟ୍‌ରୁ ନେଇ ତିନି ମାସ ପର୍ଯ୍ୟନ୍ତ ମାର୍ଜିନାଲ କଷ୍ଟ୍‌ ଲେଣ୍ଡିଂ ରେଟ୍‌ ପାଇଁ ୬.୬୫ ପ୍ରତିଶତ ବଦଳରେ ୬.୭୫ ପ୍ରତିଶତ ରେଟ୍‌ ହେବ ।

Get real time updates directly on you device, subscribe now.