ଗର୍ଭାବସ୍ଥାର ସମୟ ପ୍ରତ୍ୟେକ ମହିଳାଙ୍କ ପାଇଁ ଚ୍ୟାଲେଞ୍ଜ ଅଟେ, କିନ୍ତୁ ଏହି ସମୟ ପ୍ରତ୍ୟେକ ମା ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର । ଏହା ସମେତ ପ୍ରସବ ପରେ, ମହିଳାଙ୍କ ଶରୀରରେ କିଛି ହଠାତ୍ ପରିବର୍ତ୍ତନ ଆସିଥାଏ । ଏହି ପରିବର୍ତ୍ତନ ଯୋଗୁଁ ଅନେକ ମହିଳା ହତୋତ୍ସାହିତ ହୋଇଯାନ୍ତି । ତେବେ ପ୍ରସବ ପରେ ସାଧାରଣତଃ ମହିଳାମାନଙ୍କର ଓଜନ ବଢ଼ିଯାଇଥାଏ। ତେଣୁ ଓଜନ କମ୍ କରିବା ପାଇଁ କ’ଣ ସବୁ କରିବେ ଜାଣିରଖନ୍ତୁ…
– ପ୍ରସବ ପରେ ଶିଶୁକୁ ସ୍ତନ୍ୟପାନ କରାଇବା ଫଳରେ ପ୍ରାକୃତିକ ଉପାୟରେ ଓଜନ କମ୍ ହୋଇଥାଏ।
– ପ୍ରସବ ପରେ ଡାଏଟିଂ ଆଦୌ କରନ୍ତୁ ନାହିଁ, ବରଂ ସୁଷମ ଖାଦ୍ୟ ଖାଆନ୍ତୁ। ଉପଯୁକ୍ତ ମାତ୍ରାରେ ପ୍ରୋଟିନ୍, କ୍ୟାଲୋରି, ଭିଟାମିନ୍ ଏବଂ ମିନେରାଲ ରହିଥିବା ଖାଦ୍ୟ ଖାଆନ୍ତୁ। ନିଜ ପାଇଁ ଉପଯୁକ୍ତ ସୁଷମ ଖାଦ୍ୟ ସମ୍ପର୍କରେ ଡାଏଟିସିଆନଙ୍କ ସହ ପରାମର୍ଶ କରନ୍ତୁ।
– ପ୍ରସବ ପରେ ଶରୀର ଯଦି ସୁସ୍ଥ ରହିଥାଏ ତେବେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଯୋଗ ଓ ବ୍ୟାୟାମ କରନ୍ତୁ।
– ଓଜନ କମ୍ କରିବା ପାଇଁ ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ। ଫଳରେ ଶରୀର ହାଇଡ୍ରେଟ୍ ରହିବା ସହିତ କାର୍ଯ୍ୟକ୍ଷମତା ମଧ୍ୟ ବଢ଼ିଥାଏ।
– ପ୍ରସବ ପରେ ଉପଯୁକ୍ତ ମାତ୍ରାରେ ଶୋଇବା ମଧ୍ୟ ଜରୁରୀ। ନିଦ କମ୍ ହେବା ଫଳରେ ଶରୀରରେ ଏକ ପ୍ରକାର ହର୍ମୋନ ଅଧିକ ହେବା କାରଣରୁ ଓଜନ ଅଧିକ ହୋଇଥାଏ।