୩ ରଥରେ ସାମାନ୍ୟ ଫାଟ, ନନ୍ଦିଘୋଷର ପ୍ରଭାରେ…

ପୁରୀ, (ଓଡିଶା ଭାସ୍କର):ଗୁଣ୍ଡିଚା ମନ୍ଦିରରେ ବିରାଜମାନ ଅଛନ୍ତି ଶ୍ରୀଜିଉ । ଏହାରି ମଧ୍ୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ୩ଟି ରଥରେ ସାମାନ୍ୟ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ତାଜଧ୍ୱଜ ଓ ଦେବଦଳନ ରଥର ଗୋଟିଏ ଲେଖାଏଁ ଚକରେ ସାମାନ୍ୟ ଫାଟ ଦେଖିବାକୁ ମିଳିଛି । ଏହା ସହ ନନ୍ଦିଘୋଷ ରଥର ପ୍ରଭାରେ ଫାଟ ଥିବା ସୂଚନା ମିଳିଛି ।

ତେବେ ରଥ ଯାଞ୍ଚ ବେଳେ ଫାଟ ଥିବା ଜଣାପଡିଛି । ରଥରେ ଥିବା ଫାଟକୁ ମରାମତି କରାଯାଉଛି । ମହାରଣା, ଭୋଇ ସେବକ ଓ କୁମାର ସେବକମାନେ ରଥର ମରାମତି କରୁଛନ୍ତି । ଅନ୍ୟପଟେ ଆଜି ଆଷାଢ଼ ଶୁକ୍ଳ ପଞ୍ଚମୀ ମାସନ୍ତ ତିଥି ଥିବାରୁ ଶ୍ରୀଜିଉମାନଙକ୍ର ବନକଲାଗି ନୀତି ଅନୁଷ୍ଠିତ ହେବ । ରୀତିନୀତି ଅନୁସାରେ ମହାପ୍ରଭୁଙ୍କର ଦ୍ୱିତୀୟ ଭୋଗ ନୀତି ସମ୍ପନ୍ନ ପରେ ବନକଲାଗି ନୀତି ଅନୁଷ୍ଠିତ ହେବ ।