ବିଶିଷ୍ଟ ସମାଜସେବୀ ଶ୍ରୀକାନ୍ତ ପରୀକ୍ଷାଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ସମାଜସେବୀ ତଥା ପଦ୍ମଶ୍ରୀ ଡ଼. ତୁଳସୀ ମୁଣ୍ଡାଙ୍କ ଘନିଷ୍ଠ ସହଯୋଗୀ ଭାବେ ପରିଚିତ ଶ୍ରୀକାନ୍ତ ପରୀକ୍ଷାଙ୍କ ହୃତଘାତରେ ମୃତ୍ୟୁ ।

ଢେଙ୍କାନାଳ ଜିଲ୍ଲା ବାଜିରାଉତଗଞ୍ଜଗ୍ରାମରେ ଜନ୍ମଗ୍ରହଣ କରିଥିବା ଶ୍ରୀକାନ୍ତ ପରୀକ୍ଷା ବିଗତ ୪୦ବର୍ଷ ଧରି ବଡ଼ବିଲ ଅଞ୍ଚଳକୁ ନିଜର କର୍ମଭୂମି ଭାବେ ଗ୍ରହଣ କରି କାର୍ଯ୍ୟ କରି ଆସୁଥିଲେ । ପ୍ରଥମେ ସେ ଉତ୍କଳ ନବଜୀବନ ଶାଖା କେନ୍ଦ୍ରରେ କାର୍ଯ୍ୟ କରିଥିଲେ ପରେ ସମାଜସେବୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ସହିତ କାର୍ଯ୍ୟକରି ଆଦିବାସୀ ବିକାଶ ସମିତି ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ମୃତ୍ୟୁ ସମ୍ବାଦ ପାଇବା ପରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଓ ଆଦିବାସୀ ବିକାଶ ସମିତିର ପରିଚାଳିକା ଦମୟନ୍ତୀ ସାମଲ ତାଙ୍କର ଶେଷ ଦର୍ଶନ କରିଥିଲେ ।

Get real time updates directly on you device, subscribe now.