SBI-PNB-BoBସମେତ ସରକାରୀ ବ୍ୟାଙ୍କକୁ ନେଇ ବଡ ଘୋଷଣା; ଆପଣଙ୍କ ଖାତା ଥିଲେ ତୁରନ୍ତ କରନ୍ତୁ ଯାଞ୍ଚ

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ସମେତ ଅନେକ ସରକାରୀ ବ୍ୟାଙ୍କ ପାଇଁ ଏକ ଖୁସି ଖବର ଆସିଛି। ଯଦି ଆପଣଙ୍କର ଏହି ସରକାରୀ ବ୍ୟାଙ୍କଗୁଡିକ ମଧ୍ୟରୁ କୌଣସି ବ୍ୟାଙ୍କରେ ଏକ ଆକାଉଣ୍ଟ ଅଛି ତେବେ ଆପଣ ଏହି ଗୁରୁତ୍ୱପୂର୍ଣ୍ଣ କଥା ଜାଣି ରଖନ୍ତୁ । SBI, PNB, Canara Bank ଏବଂ Bank of Barodaର ଜମା ମୂଲ୍ୟାୟନ ରେ ଉନ୍ନତି ହୋଇଛି । ତେବେ ଏନେଇ ରେଟିଂ ଏଜେନ୍ସି ମୁଡିସ୍ ଆଜି ଏ ବିଷୟରେ ସୂଚନା ଦେଇଛନ୍ତି ।

SBIର ମୂଲ୍ୟାୟନ କ’ଣ?
ମୁଡି ଇନଭେଷ୍ଟର୍ସ ସର୍ଭିସ ଏକ ବିବୃତ୍ତିରେ କହିଛି ଯେ ଏହି ସମସ୍ତ ସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡିକର ଦୀର୍ଘକାଳୀନ ମୂଲ୍ୟାୟନ ସ୍ଥିର ରହିଛି। ଗକ୍ଟକ୍ଟୟଚ୍ଚ’ଗ୍ଦ ଝଈଓ ର ଦୀର୍ଘକାଳୀନ ସ୍ଥାନୀୟ ଏବଂ ବିଦେଶୀ ମୁଦ୍ରା ବ୍ୟାଙ୍କ ଜମା ମୂଲ୍ୟାୟନ BAA3 ରେ ରଖିଥିବାବେଳେ ଅନ୍ୟ ତିନୋଟି ସାର୍ବଜନୀନ ବ୍ୟାଙ୍କ ସେମାନଙ୍କର ଦୀର୍ଘକାଳୀନ ଜମା ମୂଲ୍ୟାୟନକୁ ଉନ୍ନତ କରିଛନ୍ତି ।

କାନାରା ଏବଂ ପିଏନବିର ମୂଲ୍ୟାୟନ କ’ଣ?
BAA3 ରେ SBI ର ଦୀର୍ଘକାଳୀନ ଜମା ମୂଲ୍ୟାୟନ ବଜାୟ ରଖିବା ଏବଂ ବ୍ୟାଙ୍କ ଅଫ୍ ବରୋଦା, କାନାରା ବ୍ୟାଙ୍କ ଏବଂ ଚଘଈ ର ଦୀର୍ଘକାଳୀନ ଜମା ମୂଲ୍ୟାୟନକୁ BAA1ରୁ BAA3 କୁ ନବୀକରଣ କରିବା ଭାରତର ଅର୍ଥନୈତିକ ଦୃଷ୍ଟିକୋଣର ଉନ୍ନତିକୁ ପ୍ରତିଫଳିତ କରେ । ଫଳରେ ଆବଶ୍ୟକ ସମୟରେ ବ୍ୟାଙ୍କଗୁଡିକୁ ଏକ ଉଚ୍ଚ ସ୍ତରର ସରକାରୀ ସମସର୍ଥନର ଧାରଣାକୁ ମଧ୍ୟ ପ୍ରତିଫଳିତ କରିଥାଏ ।

ଋଣ ସ୍ଥିତିରେ ଉନ୍ନତି:

ମୁଡିଙ୍କ ବ୍ୟାଙ୍କ ଜମା ମୂଲ୍ୟାୟନ କୌଣସି ବ୍ୟାଙ୍କର ବୈଦେଶିକ ଏବଂ ଘରୋଇ ମୁଦ୍ରା ଜମା ଦାଇତ୍ୱକୁ ସମୟରେ ସୁଝିବାର କ୍ଷମତାକୁ ପ୍ରତିଫଳିତ କରିଥାଏ । ମୁଡି ଆହୁରି ମଧ୍ୟ କହିଛନ୍ତି ଯେ ଭାରତରେ ଲୋନ ସ୍ଥିତିରେ ଧୀରେ ଧୀରେ ସୁଧାର ଆସିବାର ଲାଗିଛି । ତଥାପି, କ୍ଷୁଦ୍ର ଏବଂ ମଧ୍ୟମ ଆକାରର କମ୍ପାନୀଗୁଡିକ ବ୍ୟାଙ୍କଗୁଡିକର ସମ୍ପତ୍ତି ଗୁଣ ପାଇଁ ବିପଦ ସୃଷ୍ଟି କରିଚାଲିଛନ୍ତି ।ମୁଡିସ୍ କହିଛନ୍ତି ଯେ ହାର ବୃଦ୍ଧି ଏବଂ ବିଶ୍ୱ ବିମୁଦ୍ରାକରଣ ଦ୍ୱାରା ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରଭାବିତ ହେବ କିନ୍ତୁ ଅନ୍ୟ ଉଦୀୟମାନ ବଜାର ଅପେକ୍ଷା ଭାରତୀୟ