fbpx

ଗୁଜବରୁ ଦୂରେଇ ରୁହନ୍ତୁ, ଭାକ୍ସିନ ନେଇଥିଲେ ଦିଆଯାଉନାହିଁ କୌଣସି ଟଙ୍କା 

ନୂଆଦିଲ୍ଳୀ: ବର୍ତ୍ତମାନ ହ୍ୱାଟ୍ସଆପ୍ ଏବଂ ସୋସିଆଲ ମିଡିଆରେ ଏକ ମେସେଜ ଭାଇରାଲ ହେଉଛି । ଏହି ମେସେଜରେ କୁହାଯାଉଛି ଯେ ଯେଉଁ ଲୋକମାନେ ଭାକ୍ିସନ ର ଦୁଇ ଡୋଜ୍ ନେଇସାରିଛନ୍ତି, ସେମାନେ ପ୍ରଧାନମନ୍ତ୍ରୀ ଜନ କଲ୍ୟାଣ ବିଭାଗ ଦ୍ୱାରା ୫ ହଜାର ଟଙ୍କା ଦିଆଯାଉଛି । ପ୍ରକୃତରେ ଏହା ସତ ନୁହେଁ ଏବଂ ଏଭଳି କୌଣସି ସ୍କିମ କୌଣସି ବିଭାଗ କିମ୍ବା ସରକାରଙ୍କ ଦ୍ୱାରା କରାଯାଉନାହିଁ ।

ଏହା ଏକ ଫ୍ରଡ୍ ମେସେଜ୍ ଏମାନେ ଆପଣଙ୍କ ଟଙ୍କା ହଡ଼ପ ପାଇଁ ଏଭଳି ମେସେଜ୍ ଭାଇରାଲ କରୁଛନ୍ତି । ମେସେଜରେ ଦିଆଯାଇଥିବା ଲିଙ୍କ୍ କ୍ଲିକ୍ କଲେ ଆପଣଙ୍କୁ ଭାକ୍ସିନ ତଥ୍ୟ ସହ ମୋବାଇଲ ନମ୍ବର ଆଦି ନେଇ ଏମାନେ ଆପଣଙ୍କୁ କଲ୍ କରିବେ ଏବଂ ଆପଣଙ୍କୁ ଲୋଭ ଦେଖାଇ ଆପଣଙ୍କ ଠାରୁ ଟଙ୍କା ଲୁଟିନେବେ । ତେଣୁ ଆପଣ ଏଭଳି ଗୁଜବରୁ ଦୂରେଇ ରହିବା ସହ କୌଣସି ଅଜଣା ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ ।

ଏହି ଲିଙ୍କରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଦେଖି ଭ୍ରମିତ ହୁଅନ୍ତୁ ନାହିଁ । ପ୍ରକୃତରେ ପ୍ରଧାନମନ୍ତ୍ରୀ ଜନ କଲ୍ୟାଣ ବିଭାଗ ହିଁ ନାହିଁ । ଏହା ବ୍ୟତୀତ ସବୁ ସରକାରୀ ୱେବସାଇଟରେ gov.in ରହିଥାଏ । କିନ୍ତୁ ଏଥିରେ ଏଭଳି ନାହିଁ । ତେଣୁ ଆପଣ ଏସବୁ ଲିଙ୍କ୍ ରେ କ୍ଲିକ୍ ନକରି ଏଭଳି ଲିଙ୍କରୁ ଦୂରେଇ ରୁହନ୍ତୁ ।

Get real time updates directly on you device, subscribe now.