fbpx

ଅଫ୍‌ଲାଇନ ମାଟ୍ରିକ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ସୋରଡ଼ା ବିଧାୟକ

ସୋରଡ଼ା (ଓଡ଼ିଶା ଭାସ୍କର): ଅଫଲାଇନ୍ ମାଟ୍ରିକ୍ ପରୀକ୍ଷା ଫଳାଫଳ ମଙ୍ଗଳବାର ଦିନ ପ୍ରକାଶ ପାଇଛି । ଏଥିରେ ଗଞ୍ଜାମ ଜିଲ୍ଲା ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ମାଟ୍ରିକ୍‌ ପରୀକ୍ଷାରେ ପାସ୍‌ କରିଛନ୍ତି । ୪୯ ବର୍ଷୀୟ ସୋରଡ଼଼ା ବିଧାୟକ ୬୮ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ଷ୍ଟେଟ୍‌ ଓପେନ ସ୍କୁଲ ଅଫ୍‌ଲାଇନ ପରୀକ୍ଷାରେ ସମୁଦାୟ ୫୦୦ ମାର୍କରୁ ବିଧାୟକ ସ୍ବାଇଁ ୫ଟି ବିଷୟରେ ପରୀକ୍ଷା ଦେଇ ୩୪୦ ମାର୍କ ରଖି ବି-୨ ଗ୍ରେଡ୍‌ ପାଇଛନ୍ତି। ସୋରଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ବିଧାୟକ ସ୍ବାଇଁ ପରୀକ୍ଷା ଦେଇଥିଲେ। ସେହି ସମୟରେ ବିଧାୟକଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଥିବାରୁ ତାଙ୍କ ପାଇଁ ଆଇସୋଲେଶନରେ ବସି ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଥିଲା।

ତେବେ ମୋଟ ୧୫ ହଜାର ୧୩୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଯେଉଁ ମାନେ ଅନଲାଇନ୍ ମାର୍କିଂରେ ଅସନ୍ତୁଷ୍ଟ ରହିଥିଲେ ସେମାନେ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୮୦.୮୩ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ପରୀକ୍ଷା ଦେଇ ଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୨୩୩ ଜଣ ପାସ୍ କରିଛନ୍ତି । ସେହପରି ୧୪୧ ଜଣ ଫେଲ୍ ହୋଇଛନ୍ତି । ପାସ୍ ହୋଇଥିବା ପିଲାଙ୍କ ମଧ୍ୟରେ ପୁଅ ୩୧୦୦ ଜଣ ରହିଥିବା ବେଳେ ଝିଅ ରହିଛନ୍ତି ୨୧୩୩ । ସେହିପରି ଏ୧ ଗ୍ରେଡ୍-୪୨, ଏ୨ ଗ୍ରେଡ୍-୨୫୫ ଏବଂ ବି୧ ଗ୍ରେଡ୍-୩୪୮ ପାଇଛନ୍ତି । ଏଥିସହ ବି୨ ଗ୍ରେଡ୍-୪୫୮, ସି ଗ୍ରେଡ୍- ୫୯୯, ଡି ଗ୍ରେଡ୍-୮୪୬, ଇ ଗ୍ରେଡ୍- ୨୬୮୫ ଜଣ ରଖିଛନ୍ତି ।

Get real time updates directly on you device, subscribe now.