ହୋଟେଲ ରୁମରୁ ଏହି ଜିନିଷ ନେବା ଆପଣଙ୍କୁ ପଡ଼ିପାରେ ମହଙ୍ଗା, ଜାଣନ୍ତୁ କେଉଁ ଜିନିଷ ମାଗଣାରେ ନେଇପାରିବେ ଘରକୁ ?

ଓଡ଼ିଶା ଭାସ୍କର: ଅଧିକାଂଶ ସମୟରେ ଆମେ କେଉଁ ସ୍ଥାନକୁ ଭ୍ରମଣ ପାଇଁ ଯାଇଥିଲେ ଭଲ ହୋଟେଲରେ ରହିଥାଉ । ନିଜ ବଜେଟ୍ ଅନୁଯାୟୀ ଆମେ ହୋଟେଲ ଚୟନ କରିଥାଉ । କହିବାକୁ ଗଲେ ସମସ୍ତ ହୋଟେଲ ସେମାନଙ୍କ ଦ୍ୱାରା ଉପଲବ୍ଧ କରାଉଥିବା ସୁବିଧା ଅନୁଯାୟୀ ଚାର୍ଜ ନେଇଥାନ୍ତି । ଯେତେ ମହଙ୍ଗା ହୋଟେଲ, ଗ୍ରାହକ ସୁବିଧା ମଧ୍ୟ ସେତିକି ଉତ୍ତମ । ତେବେ କୌଣସି ହୋଟେଲ ରୁମ୍ ବୁକ୍ କରିଲେ ହୋଟେଲ ତରଫରୁ ଡ୍ରାଏଫ୍ରୁଟ୍ସ, ବାଥରୁମ୍ ଟାୱେଲ୍‌, ବାଥ୍ କିଟ୍‌, ଶେଭିଂ କିଟ୍‌, ବାଥରୁମ୍ ସ୍ଲିପର ଇତ୍ୟାଦି ଉପଲବ୍ଧ କରାଯାଇଥାଏ । ଅଧିକାଂଶ ବ୍ୟକ୍ତି ଏହି ସବୁ ଜିନିଷ ଉପରେ ନିଜ ଅଧିକାର ସାବ୍ୟସ୍ତ କରି ସୁଟକେସରେ ପ୍ୟାକ୍ କରିଥାନ୍ତି । ଅପରପକ୍ଷରେ କିଛି ବ୍ୟକ୍ତି ଏହି ସବୁ ନିଜ ସହ ନେବା ପାଇଁ କୁଣ୍ଠାବୋଧ କରିଥାନ୍ତି । ତେବେ ହୋଟେଲରେ ରୁମ୍ ବୁକ୍ କରିବା ପୂର୍ବରୁ ଏହା ଜାଣିବା ନିହାତି ଆବଶ୍ୟକ ଯେ କେଉଁ ଜିନିଷ ନିଜ ସହ ନେଇପାରିବେ ଏବଂ କେଉଁଟା ନୁହେଁ । ଫଳରେ ପରବର୍ତ୍ତୀ ସମୟରେ ଯେପରି କୌଣସି ଅସୁବିଧା ନ ହୁଏ ।

ଟେଲରେ ରହଣୀ ସମୟରେ କେଉଁ କେଉଁ ଜିନିଷ ନେଇପାରିବେ ?

ଆପଣ ୨ ଷ୍ଟାର, ୩ ଷ୍ଟାର, ୪ ଷ୍ଟାର କିମ୍ବା ୫ ଷ୍ଟାର ହୋଟେଲରେ ରହଣୀ କରୁଥିବା ଅତିଥିଙ୍କୁ କିଛି କମ୍ପ୍ଲିମେଣ୍ଟାରୀ ଜିନିଷ ଦିଆଯାଇଥାଏ । ଏହା ସେମାନଙ୍କ ସୁବିଧା ପାଇଁ ଥାଏ ଯାହା ହୋଟେଲରେ ରହଣୀ ଅବଧି ମଧ୍ୟରେ ଶେଷ ହୋଇଯାଏ । ଏଥିରୁ ଅଧିକାଂଶ ଜିନିଷ ଏକକାଳୀନ ବ୍ୟବହାର ପାଇଁ ଥାଏ ଯେପରି ଶାମ୍ପୁ, କେଶ ତେଲ, ଟୁଥ୍ ପେଷ୍ଟ, ଟୁଥ୍‌ବ୍ରଶ, ଟି ବ୍ୟାଗ୍‌୍‌, କଫି ପକେଟ୍ ଇତ୍ୟାଦି । ତେବେ ଏଥିମଧ୍ୟରୁ ଟାୱେଲ ଓ ସ୍ଲିପରି ଭଳି ଜିନିଷ ନିଜ ସହ ନେଇପାରିବେ ।

ହୋଟେଲରୁ କେଉଁ ଜିନିଷ ନେଇ ପାରିବେ ନାହିଁ ?

ଅଧିକାଂଶ ବ୍ୟକ୍ତିମାନେ ସାଧାରଣ ହୋଟେଲ କିମ୍ବା ୨ ଷ୍ଟାର ଭଳି ହୋଟେଲରେ ରହଣୀ ସମୟରେ ବେଡ୍ ଶୀଟ୍‌, ତକିଆ ଖୋଳ, ଟାୱେଲ, ହେୟାର ଡ୍ରାୟର, କଫି ମେସିନ୍‌, ହଟ୍ ୱାଟର ଜଗ୍‌, ୱାଲ ପେଣ୍ଟିଂ, ଇଲେକ୍ଟ୍ରୋନିକ୍ ଉପକରଣ, ଆଶ୍ ଟ୍ରେ ଭଳି ଜିନିଷ ନିଜ ଘରକୁ ନେଇଥାନ୍ତି । ଏପରି ଭୁଲ କରନ୍ତୁ ନାହିଁ । ଏହା ବ୍ୟତୀତ ଅନେକ ହୋଟେଲରେ ଏକ ଛୋଟ ଆଲମାରୀରେ କିଛି ଡ୍ରିଙ୍କ୍‌ସ ଥାଏ । ଏହାକୁ ପିଇବାର ଭୁଲ କରନ୍ତୁ ନାହିଁ ନଚେତ ଏହାର ମୂଲ୍ୟ ପୈଠ କରିବାକୁ ପଡ଼ିଥାଏ ।

Get real time updates directly on you device, subscribe now.