ନୂଆଦିଲ୍ଲୀ : କରୋନା ମହାମାରୀ ପାଇଁ ବିଗତ କିଛି ବର୍ଷ ଧରି ନିଯୁକ୍ତି କ୍ଷେତ୍ରରେ ଦେଖାଦେଇଛି ଉକ୍ରଟ ସମସ୍ୟା । ତେବେ କରୋନା ମହାମାରୀ ସ୍ଥିତିରେ ସୁଧାର ଆସିବା ପରେ ନିଯୁକ୍ତି ବଜାରରେ ମଧ୍ୟ ଉତ୍ସାହ ଫେରୁଛି । ଦେଶର ବୃହତ୍ତମ ଆଇଟି କମ୍ପାନି ଟିସିଏସ୍ ଚଳିତ ଆର୍ଥକ ବର୍ଷରେ ୪୦ ହଜାର ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛି । କମ୍ପାନି ଗତ ଆର୍ଥିକ ବର୍ଷ ଅର୍ଥାତ ୨୦୨୧-୨୨ରେ ବି ୪୦ ହଜାର ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଥିଲା । କିନ୍ତୁ ଆଇଟି ଉଦ୍ୟୋଗର ଦ୍ରୁତ ଅଭିବୃଦ୍ଧି ଯେ଼ାଗୁଁ କମ୍ପାନି ଧାର୍ଯ୍ୟ ଲକ୍ଷ୍ୟଠାରୁ ପ୍ରାୟ ୧ ଲକ୍ଷ କ୍ୟାମ୍ପସ ନିଯୁକ୍ତି ପ୍ରଦାନ କରିଥିଲା । କେବଳ ୪ର୍ଥ ତିନିମାସରେ କମ୍ପାନି ୩୫ ହଜାର ନିଯୁକ୍ତି ପ୍ରଦାନ କରିଥିଲା । ଏହାକୁ ମିଶାଇ କମ୍ପାନିର ମୋଟ କର୍ମଚାରୀ ସଂଖ୍ୟା ଏବେ ୫,୯୨,୧୨୫ ରହିଛି । ୨୦୨୧ (ଜାନୁଆରି ରୁ ଡିସେମ୍ବର) ରେ କମ୍ପାନି ପ୍ରାୟ ୪୦ହାଜର ୧୬୫ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିଥିଲା ।