ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆଜି ପ୍ରକାଶ ପାଇବା ମାଟ୍ରିକ ରେଜଲ୍ଟ । କଟକ ବୋର୍ଡ କାର୍ଯ୍ୟାଳୟ ଶୁକ୍ରବାର ଅପରାହ୍ନ ୧ଟା ବେଳେ ଏକଜାମିନେସନ୍ କମିଟିର ଅନୁମୋଦନ ଲାଭ କରିବା ପରେ ଅପରାହ୍ନ ୪ଟାରେ ବୋର୍ଡ କାର୍ଯ୍ୟାଳୟରେ ଫଳ ଘୋଷଣା କରାଯିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ସନ୍ଧ୍ୟା ୬ଟାରେ www.besodisha.ac.in ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ । ଏହା ସହ ୱେସାଇଟ bseodisha.nic.in ରେ ଛାତ୍ରଛାତ୍ରୀମାନେ ନିଜ ରେଜଲ୍ଟ ଦେଖିପାରିବେ ।
ଇଣ୍ଟରନେଟ୍ ସୁବିଧା ନଥିଲେ ମଧ୍ୟ ମୋବାଇଲ୍ ଯୋଗେ ଛାତ୍ରଛାତ୍ରୀମାନେ ସେମାନଙ୍କ ରେଜଲ୍ଟ ଜାଣିପାରିବାର ବ୍ୟବସ୍ଥା ରହିଛି । ବିଦ୍ୟାଳୟରୁ ରୋଲ ନମ୍ବର ଆଣି ‘ଓଆର୍୦୧ ରୋଲ୍ ନମ୍ବର’ ଲେଖି ୫୬୭୬୭୫୦ ନମ୍ବରରେ ଏସ୍ଏମ୍ଏସ୍ କଲେ ରେଜଲ୍ଟ ଦେଖିପାରିବେ
ତେବେ କୋଭିଡ ଯୋଗୁଁ ଏପ୍ରିଲ ୨୧ରେ ପରୀକ୍ଷା ବାତିଲ ପାଇଁ ଘୋଷଣା ହୋଇଥିଲା । ବୈକଳ୍ପିକ ମୂଲ୍ୟାୟନ ପଦ୍ଧତିରେ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ଯାଉଛି । ରେଜଲ୍ଟକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନେ ଇଚ୍ଛାଧୀନ ପରୀକ୍ଷା ଦେଇପାରିବେ । କୋଭିଡ ସ୍ଥିତି ସୁଧୁରିବା ପରେ ଇଚ୍ଛାଧୀନ ପରୀକ୍ଷା ହୋଇପାରେ ବୋଲି ଜଣାପଡିଛି ।