fbpx

ଟାଟା ଷ୍ଟିଲରେ ବଡ଼ଧରଣର ଗ୍ୟାସ୍ ଲିକ୍: ୨୫ ଜଣ ଶ୍ରମିକ ଗୁରୁତର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଢେଙ୍କାନାଳରୁ ଆସିଛି ଏକ ଖବର । ଢେଙ୍କାନାଳର ଟାଟା ଷ୍ଟିଲ ପ୍ଲାଣ୍ଟରେ ଦେଖିବାକୁ ମିଳିଛି ଏକ ବଡ଼ ଅଘଟଣ । ଗ୍ୟାସ ଲିକ କାରଣରୁ ୨୫ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ଏହି ଦୁର୍ଘଟଣା ପରେ ସମସ୍ତ ଗୁରୁତରଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କଣ୍ଟାବଣିଆ ମେରାମୁଣ୍ଡଳି ସ୍ଥିତ ଟାଟା ଷ୍ଟିଲ ପ୍ଲାଣ୍ଟର ଷ୍ଟିମ୍ ପାଇପ ଫାଟିବା ଫଳରେ ଏହି ଅଘଟଣ ଘଟିଥିଲା ।

ସୂଚନା ମୁତାବକ, ଅନଲାଇନ ସ୍କିନଲାଇନିଂ କାର୍ଯ୍ୟ ଜାରି ରହିଥିବା ସମୟରେ ଅତ୍ୟଧିକ ପ୍ରେସର କାରଣରୁ ପ୍ରୋଜେକ୍ଟିଂ ବ୍ଲାଷ୍ଟିଂ ହୋଇଥିଲା । ଏହି ଦୁର୍ଘଟଣାରେ କମ୍ପାନୀର ମେକାନିକାଲ ବିଭାଗୀୟ ମୁଖ୍ୟ ଗୁରୁତର ହୋଇଛନ୍ତି । ଗୁରୁତର ଶ୍ରମିକଙ୍କ ବିଷୟରେ ସଠିକ୍ ତଥ୍ୟ ମିଳିପାରି ନାହିଁ । ଫେଜ-୨ର ବିଏପିପି-୨ ପାୱାର ପ୍ଲାଣ୍ଟରେ ଏହି ଦୁର୍ଘଟଣା ଘଟିଥିଲା । କିଛି ଗୁରୁତରଙ୍କୁ କଟକର ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିବା ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ବିଭିନ୍ନ କାରଣରୁ ଗ୍ୟାସ ଲିକ୍ ଘଟିବା ଫଳରେ ତାହା ଭୟଙ୍କର ରୂପ ଧାରଣ କରିଥାଏ । ଏହା ପୂର୍ବରୁ ଗତ ଏପ୍ରିଲ ମାସ ୩୦ ତାରିଖରେ ଗ୍ୟାସ ଲିକ କାରଣରୁ ୬ ଜଣଙ୍କ ଜୀବନ ଚାଲିଯାଇଥିଲା । ଏଥିସହିତ ୧୦ ଜଣ ବେହୋସ୍ ହୋଇଯାଇଥିଲେ । ପଞ୍ଜାବର ଲୁଧିଆନାରେ ଏଭଳି ଏକ ଅଘଟଣ ଘଟିଥିଲା । ପୂର୍ବରୁ ଓଡ଼ିଶାର ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ମଧ୍ୟ ଗ୍ୟାସ୍ ଲିକ କାରଣରୁ ଅନେକ ଲୋକ ଆହତ ହୋଇଥିଲେ ।

Get real time updates directly on you device, subscribe now.