fbpx

ଏହି ମାମଲାରେ Jioକୁ ମାତ ଦେଲା Vodafone: Free ଦେଉଛି 150 ଜିବି ଡାଟା, ଜାଣନ୍ତୁ ଦ୍ୱିତୀୟ ଫାଇଦା

ନୂଆଦିଲ୍ଲୀ: ଦେଶରେ Relience Jio ଏବଂ Airtel ଭଳି ଅନେକ ପପୁଲାର ଟେଲିକମ କମ୍ପାନୀ ରହିଛି। ୟୁଜର୍ସମାନଙ୍କୁ ବିଭିନ୍ନ ପ୍ରକାରର ଶସ୍ତା ଏବଂ ପ୍ଲାନ ଅଫର କରି ଏମାନେ ନିଜ ଆଡକୁ ଆକର୍ଷିତ କରିଥାନ୍ତି। ତେବେ ଏମାନଙ୍କୁ ଲଗାତାର ଭାବରେ ଟକ୍କର ଦେଇ ଚାଲିଛି Vodafone-Idea ବା VI। Relience Jio ଅପେକ୍ଷା Vodafone-Idea ଅନେକ ସୁନ୍ଦର ପ୍ଲାନ ଅଫର କରିଥାଏ। ବିଶେଷ କରି ଡାଟା ଉପରେ VI ଖୁବ ଭଲ ପ୍ଲାନ ଦେଉଛି।

ତେବେ ଆପଣ ଯଦି ଆପଣ ଅଧିକ ଡାଟା ବ୍ୟବହାର କରୁଥାନ୍ତି, ତେବେ Vodafone-Idea ଆପଣଙ୍କ ପାଇଁ ଭଲ ଅପ୍ସନ ହୋଇପାରେ। ଏବେ ଅଫର ମଧ୍ୟରେ କମ୍ପାନୀ ୟୁଜର୍ସମାନଙ୍କୁ ଏକ ଶସ୍ତା ପୋଷ୍ଟପେଡ ପ୍ଲାନରେ 150GB ଡାଟା ପ୍ରଦାନ କରୁଛି। ତେବେ Jioର ୟୁଜର୍ସମାନଙ୍କ ପାଇଁ ଏଭଳି ଅଫର ଦେଇ ନାହିଁ। ଯଦିଓ ବେନିଫିଟ୍ସ OTT ପ୍ଲାଟଫର୍ମ ମାମଲାରେ ଜିଓ Vodafone-Ideaରୁ ଆଗୁଆ ରହିଛି। ତେବେ ଆସନ୍ତୁ ଜାଣିବା ଉଭୟ ଟେଲିକମ କମ୍ପାନୀର ପ୍ଲାନ ବିଷୟରେ।

399 ଟଙ୍କା ପୋଷ୍ଟପେଡ ପ୍ଲାନରେ Vodafone-Idea ଦେଉଛି 40GB ଡାଟା ମିଳିଥାଏ। କିନ୍ତୁ ଏବେ ନୂଆ ଅଫର ଅନୁସାରେ, ଯଦି ଆପଣ ଏହାକୁ ସବସ୍କ୍ରାଇବ କରୁଛନ୍ତି ତେବେ ଆପଣଙ୍କୁ ଆଡିସନାଲ 150GB ଡାଟା ଫ୍ରି’ରେ ମିଳିପାରିବ। ତେବେ କେବଳ ଅନଲାଇନରେ ଏହାକୁ ସବସ୍କ୍ରାଇବ କରିବା ଦ୍ୱାରା ଆପଣ ଏହି ପ୍ଲାନର ବେନିଫିଟକୁ ଉପଭୋଗ କରିପାରିବେ ବୋଲି କମ୍ପାନୀର ୱେବସାଇଟରେ କୁହାଯାଇଛି।

ଏହାସହିତ କମ୍ପାନୀର ୱେବସାଇଟ କିମ୍ବା ଆପ୍ ମାଧ୍ୟମରେ ସବସ୍କ୍ରାଇବ କରିବା ପରେ ହିଁ ଏହି ଡାଟା ସୁବିଧା ପାଇପାରିବେ। ଏହି ପ୍ଲାନ ସହିତ 200GB ରୋଲ ଓଭର ଡାଟା ମଧ୍ୟ ଦିଆଯାଇଛି। ଏହାବ୍ୟତୀତ ଅନଲିମିଟେଡ କଲ ଏବଂ ମାସକୁ 100SMS  ପ୍ରଦାନ କରିଥାଏ ଭୋଡାଫୋନ କମ୍ପାନୀ। ଏହି ପ୍ଲାନ ଜରିଆରେ ଆପଣଙ୍କୁ VI Movies ଏବଂ TV ଆପ୍ ସହିତ Zee 5 ପ୍ରିମିୟମର ସବସ୍କ୍ରିପ୍ସନ ମଧ୍ୟ ମିଳିପାରିବ।

Jioର ଏହା ସବୁଠୁ ଶସ୍ତା ପୋଷ୍ଟପେଡ ପ୍ଲାନ ଅଟେ। ଏଥିରେ ଗ୍ରାହକଙ୍କୁ 75 ଜିବି ଡାଟା ଇଣ୍ଟରନେଟ ବ୍ୟବହାର କରିବା ପାଇଁ ମିଳିଥାଏ। ତେବେ ଡାଟା ସରିବା ପରେ ଆପଣଙ୍କୁ 1 ଜିବି ପାଇଁ 10 ଟଭ୍କା ଦେୟ ଦେବାକୁ ପଡିବ। ଏଥିରେ ମଧ୍ୟ 200GBର ରୋଲଓଭର ଡାଟା ପାଇପାରିବେ ଗ୍ରାହକ। ଏହାବ୍ୟତୀତ ପ୍ରତିଦିନ ୧୦୦ SMS ଅନଲିମିଟେଡ କଲ୍ ଏବଂ Netflix, Amazon Prime Video, Disney+ Hotstar ଇତ୍ୟାଦିର ସବସ୍କ୍ରିପ୍ସନ ମିଳିପାରିବ।

Get real time updates directly on you device, subscribe now.