fbpx

ସରିଲା ସମୀକ୍ଷା: କରୋନାକୁ ନେଇ କ’ଣ ପଦକ୍ଷେପ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Advertisement

ଭୁବନେଶ୍ୱର,୧୧ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ପଜିଟିଭ ହାର ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଉଚ୍ଚସ୍ତରୀୟ ବୈଠକରେ କୋଭିଡ ମୁକାବିଲାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମୀକ୍ଷାରେ ବୟସ୍କ, ମହିଳା ଓ ଦୁର୍ବଳ ରୋଗୀଙ୍କ ଟିକାକରଣକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।

ଏହା ସହ ହସ୍ପିଟାଲଗୁଡିକରେ ଅଗ୍ନି ନିରାପତ୍ତା ଓ ଅକ୍ସିଜେନ ଯୋଗାଣ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ସଂକ୍ରମିତ ଅଞ୍ଚଳରେ ପରୀକ୍ଷା, ଠାବ ଓ କଣ୍ଟେନମେଣ୍ଟକୁ ଗୁରୁତ୍ୱ ଦିଆଯାଇଛି । ଡାକ୍ତରଙ୍କ ଠାରୁ ଆଇସିୟୁ ଓ ଏଚଡିୟୁ ନେଇ ପ୍ରତ୍ୟକ୍ଷ ପରାମର୍ଶ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଘରୋଇ ହସ୍ପିଟାଲରେ ଉଚିତ ଦରରେ ଚିକିତ୍ସା ସୁନିଶ୍ଚିତ କରିବାକୁ କହିବା ସହ କୋଭିଡ ହସ୍ପିଟାଲରେ ହେଲ୍ପଲାଇନ୍ ବ୍ୟବସ୍ଥା ସୁଦୃଢ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ପରିବାରକୁ ରୋଗୀଙ୍କ ଅବସ୍ଥା ନିୟମିତ ଭାବ ଜଣାଇବାକୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି । ସିଏମ ରିଲିଫ ପାଣ୍ଠିରୁ ଦୁଃସ୍ଥ ଲୋକଙ୍କୁ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.