fbpx

ରାତିରେ ଖାଦ୍ୟ ନଖାଇବା ଦ୍ୱାରା କ’ଣ ହୋଇଥାଏ ? ଅନେକ ସମସ୍ୟାର କରିପାରନ୍ତି ସାମ୍ନା

Advertisement

ଭୁବନେଶ୍ୱର : ଆଜିର ଦିନରେ ବ୍ୟସ୍ତ ଜୀବନଶୈଳୀ ହେତୁ ଲୋକେ ନିଜ ଶରୀରର ଯତ୍ନ ନେବା ଭୁଲିଯାଆନ୍ତି । ଯାହାଫଳରେ ସ୍ୱାସ୍ଥ୍ୟ ସହ ଜଡିତ ଅନେକ ସମସ୍ୟା ଦେଖିବାକୁ ମିଳିଥାଏ । ସାଧାରଣତଃ ଲୋକେ କାମରେ ବ୍ୟସ୍ତ ହୋଇଯିବା ହେତୁ ସେମାନେ ରାତି ଖାଦ୍ୟ ଖାଇବାକୁ ଭୁଲିଯାଆନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞ ରାତିରେ ପ୍ରଚୁର ପରିମାଣରେ ଖାଦ୍ୟ ନ ଖାଇବାକୁ ପରାମର୍ଶ ଦେଇଥାନ୍ତି । କିନ୍ତୁ ରାତିରେ କିଛି ନଖାଇ ଶୋଇବା ଦ୍ୱାରା ଶରୀରର କ୍ଷତି ହୋଇଥାଏ ।

ରାତି ଖାଦ୍ୟ ନଖାଇବା ଦ୍ୱାରା କ୍ଷତି : ରାତି ଖାଦ୍ୟ ନଖାଇ ଶୋଇବା ଦ୍ୱାରା ଶରୀରରେ ଅନେକ ସମସ୍ୟା ଦେଖାଯାଇଥାଏ ।

ଦୁର୍ବଳ ଲାଗିବା : ରାତିରେ ନଖାଇ ଖାଲି ପେଟରେ ଶୋଇବା ଦ୍ୱାରା ପ୍ରୋଟିନ ଏବଂ ଅମୀନୋ ଏସିଡ କାମ କରିବାର କ୍ଷମତା ପ୍ରଭାବିତ ହୋଇଥାଏ । ଯାହାଦ୍ୱାରା ଆପଣଙ୍କ ମାଂସପେଶୀ ଦୁର୍ବଳ ହୋଇପାରେ ।

ଥକିଯିବା : ରାତିରେ ନଖାଇ ଶୋଇବା ଦ୍ୱାରା ଆପଣଙ୍କ ଶରୀରରେ ଥିବା ଶକ୍ତିର ସ୍ତର କମ ହୋଇପାରେ । ଯାହାଫଳରେ ସାରା ଦିନ ଥକିଯିବା ଭଳି ଅନୁଭବ ହୋଇଥାଏ ।

ମନ ଖରାପ : ରାତିରେ ଖାଲି ପେଟରେ ଶୋଇବା ଦ୍ୱାରା କେବଳ ଶକ୍ତି କମ ହୋଇନଥାଏ, ଏହା ସହିତ ମନ ବି ଖରାପ ହୋଇଯାଏ । ଏହାଫଳରେ ଆପଣଙ୍କୁ ଚିଡଚିଡା ଲାଗିବା ଭଳି ସମସ୍ୟା ହୋଇଯାଏ ।

ନିଦ ସହ ଜଡିତ ସମସ୍ୟା : ରାତିରେ ଖାଲି ପେଏଟରେ ଶୋଇବା ଦ୍ୱାରା ଆପଣଙ୍କ ନିଦ ଉପରେ ପ୍ରଭାବ ପଡିପାରେ । ଏହି କାରଣରୁ ରାତିରେ ନିଦ ମଧ୍ୟ ଭାଙ୍ଗିଯାଏ ।

ଓଜନ ବଢିବାର ସମସ୍ୟା : ଯଦି ଆପଣ ରାତିରେ ଖାଲି ପେଟରେ ଶୁଅନ୍ତି, ତେବେ ଆପଣଙ୍କ ମୋଟାବଲିଜ୍ମ ଖରାପ ହୋଇଯାଏ ଏବଂ ଓଜନ ମଧ୍ୟ ଶୀଘ୍ର ବଢିଯାଏ ।

Get real time updates directly on you device, subscribe now.