fbpx

୨୭ ବର୍ଷର ସାବତ ଭାଇକୁ ବାହାହେଲେ ୨୩ ବର୍ଷୀୟ ଯୁବତୀ: ନିଜ ମା’ ବି ଦେଲେ ଆର୍ଶୀବାଦ!

Advertisement

ନୂଆଦିଲ୍ଏର: ଦୁନିଆର ସବୁଠାରୁ ସୁନ୍ଦର ଅନୁଭବ ହେଉଛି ପ୍ରେମ । କୁହାଯାଏ କି ଲୋକମାନେ ପ୍ରେମରେ ପଡ଼ିଲେ ଅନ୍ଧ ହୋଇଯାଆନ୍ତି । ପ୍ରେମରେ ଥିବା ବ୍ୟକ୍ତି କେବେବି ନିଜ ସାଥୀଙ୍କ ବୟସ, ଜାତି, ଧର୍ମ, ଧନ-ସମ୍ପତ୍ତି ଆଦି ଦେଖିନଥାଏ । ନିକଟରେ ଫିନଲ୍ୟାଣ୍ଡର ଜଣେ ଯୁବକ ଓ ଯୁବତୀ ଏକ ଅଜବ ନିଷ୍ପତ୍ତି ନେଇ ବିବାହ କରିଥିଲେ । ଏହି ସମ୍ପର୍କ ଅଜବ, କାରଣ ଉଭୟେ ସମ୍ପର୍କରେ ଭାଇ ଓ ଭଉଣୀ ହେବେ ।

ଡେଲି ଷ୍ଟାର ନ୍ୟୁଜ୍ ୱେବସାଇଟ୍ ରିପୋର୍ଟ ଅନୁଯାୟୀ, ୨୭ ବର୍ଷୀୟ ସାମୁଲି ଏରିକ୍ସନଙ୍କୁ ୨୩ ବର୍ଷୀୟ ମାଟିଲଡା ଏରିକ୍ସନ୍ ବିବାହ କରିଛନ୍ତି । କିନ୍ତୁ ଲୋକକଙ୍କୁ ଏହା ଅଜବ ଲାଗୁଛି, କାରଣ ଉଭୟ ସଂପର୍କରେ ଭାଇ-ଭଉଣୀ ହେବେ । ମାଟିଲଡାଙ୍କ ମା ୨୦୧୯ ରେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ଯାହା ପରେ ସେହି ବ୍ୟକ୍ତି ମାଟିଲଡାର ସାବତ ପିତା ହୋଇଥିଲେ ।

ଯେତେବେଳେ ମାଟିଲଡାଙ୍କ ମା ତାଙ୍କ ୫୦ ତମ ଜନ୍ମଦିନ ପାଳନ କରୁଥିଲେ, ସେତେବେଳେ ସେ ତାଙ୍କ ସାବତ ପିତାଙ୍କ ପୁଅ ସାମୁଏଲିଙ୍କୁ ଭେଟିଥିଲେ । ସାମୁଏଲ ସମ୍ପର୍କରେ ମାଟିଲଡାଙ୍କର ସାବତ ଭାଇ ଥିଲେ । ମାଟିଲଡା କହିଛନ୍ତି ଯେ, ଭେଟ ହେବାର କିଛି ଦିନ ପରେ ଦୁହେଁ ପ୍ରେମରେ ପଡିଥିଲେ ଏବଂ ଦୁଇ ସପ୍ତାହ ମଧ୍ୟରେ ଡେଟିଂ ଆରମ୍ଭ କରିଥିଲେ । ଏହା ପରେ ଦୁହେଁ ଏକାଠି ରହିବାକୁ ଲାଗିଲେ । ଏହା ସହ ସେ କହିଛନ୍ତି ଯେ, ତାଙ୍କର କିଛି ସାଙ୍ଗ ଏହି କଥାକୁ ପସନ୍ଦ କରୁନାହାଁନ୍ତି । କାରଣ ସେ ଯାହାକୁ ଭାଇ ଡାକୁଥିଲେ, ଆଜି ସେ ତାଙ୍କୁ ବିବାହ କରିଛନ୍ତି । ଏହା ପରେ ତାଙ୍କ ମା ତାଙ୍କୁ ପରାମର୍ଶ ଦେଇଥିଲେ ଯେ, ମାଟିଲଡାଙ୍କୁ ନିଜ ହୃଦୟର କଥା ଶୁଣିବା ଉଚିତ୍ । ତେବେ ଯାଇ ସବୁକିଛି ଆପେ ଆପେ ଠିକ୍ ହୋଇଯିବ ।

ନିଜ ମା’ଙ୍କ ଏପରି ପରାମର୍ଶ ପରେ ସେ ସାମୁଏଲିଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ମାଟିଲଡା କହିଛନ୍ତି । ନିଜ ସାବତ ଭାଇଙ୍କୁ ବିବାହ କଲେ କୌଣସି ଆଇନଗତ ସମସ୍ୟାର ସାମ୍ନା କରିବାକୁ ପଡ଼ିବ କି ନାହିଁ, ସେନେଇ ମଧ୍ୟ ସେ ଗୁଗୁଲରେ ସର୍ଚ୍ଚ କରି ପଢ଼ିଥିଲେ । ସେ ନିଜ ଭାଇକୁ ସହଜରେ ବିବାହ କରିପାରିବେ ବୋଲି ତାଙ୍କୁ ଜଣେ ଆଇନ ପଢ଼ୁଥିବା ବନ୍ଧୁ କହିଥିଲେ । ତେବେ ବାବହାଘର ପରେ ସେମାନେ ଏବେ ନିଜ ପରିବାର ଆଗକୁ ବଢ଼ାଇବାର ଯୋଜନା କରୁଛନ୍ତି ।

Get real time updates directly on you device, subscribe now.