fbpx

ସରପ୍ରାଇଜ୍ ଦେବାକୁ ଦୂର ଦେଶରୁ ଧାଇଁଆସିଲା ପ୍ରେମିକା, ୩ ଯୁବତୀଙ୍କ ସହ ଏପରି ଅବସ୍ଥାରେ ମିଳିଲା ପ୍ରେମିକ

ପ୍ରେମରେ ଲୋକମାନେ ନିଜ ସାଥୀଙ୍କ ସହ ଅଧିକରୁ ଅଧିକ ସମୟ ବିତାଇବାକୁ ଚାହାଁନ୍ତି । କିନ୍ତୁ ଦୂରରେ ରହୁଥିବା ପ୍ରେମୀଯୁଗଳଙ୍କ ସମ୍ପର୍କ ସମ୍ଭାଳିବା କଷ୍ଟକର ହୋଇଥାଏ । ଦୂରରେ ରହୁଥିବା ପ୍ରେମୀଙ୍କ ମଧ୍ୟରେ ବୁଝାମଣା ଠିକ୍ ରହିନଥାଏ । ଲଙ୍ଗ୍ ଡିଷ୍ଟାନ୍ସରେ ରହୁଥିବା ପ୍ରେମୀଯୁଗଳଙ୍କ ମଧ୍ୟରେ ବିଶ୍ୱାସ ରହିବା ଅଧିକ ଆବଶ୍ୟକ । ଏହାରି ମଧ୍ୟରେ ଜଣେ ଯୁବତୀଙ୍କ ନିଜ ଲଙ୍ଗ୍ ଡିଷ୍ଟାନ୍ସ ପ୍ରେମିକକୁ ସରପ୍ରାଇଜ ଦେବା ଆସିଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ମାମଲାରେ ଜଣେ ଯୁବତୀ ଦୀର୍ଘ ସମୟ ପରେ ନିଜ ପ୍ରେମିକଙ୍କୁ ଭେଟିବା ପାଇଁ ବହୁ ଦୂରରୁ ଆସିଥିଲେ । ପ୍ରେମିକକୁ ସରପ୍ରାଇଜ ଦେବା ବଦଳରେ ସେ ନିଜେ ସରପ୍ରାଇଜ୍ ହୋଇଥିଲେ । ସୂଚନା ମୁତାବକ, ଲୋରିନ ନାମକ ଯୁବତୀ ନିଜ ପ୍ରେମିକ ରୋବୀ ସହ ଦେଖା କରିବାକୁ ଆସିଥିଲେ । ଲୋରିନ ଘରେ ପଶିବା ପରେ ରୋବୀ ଆଶ୍ଚର୍ଯ୍ୟ ହୋଇଥିଲେ, କାରଣ ସେହି ସମୟରେ ସେ ୩ ଯୁବତୀଙ୍କ ସହ ଥିଲେ । ନିଜ ପ୍ରେମିକକୁ ୩ ଯୁବତୀଙ୍କ ସହ ରୁମରେ ଦେଖିବା ପରେ ଲୋରିନଙ୍କୁ ମଧ୍ୟ ଶକ୍ତ ଧକ୍କା ଲାଗିଥିଲା । ଏନେଇ ସେ ଭିଡିଓ ସୋସିଆଲ ଭିଡିଆରେ ପୋଷ୍ଟ କରିଥିଲେ, ଯାହାକୁ ଦେଖି ଲୋକମାନେ ତାଙ୍କୁ ବ୍ରେକଅପ୍ କରିବା ପାଇଁ ଉପଦେଶ ଦେଇଛନ୍ତିି । କିନ୍ତୁ ଲୋରିନ୍ ନିଜ ପ୍ରେମିକକୁ ବହୁତ ଭଲ ପାଉଛନ୍ତି ଓ ରୋବୀ କେବେ ତାଙ୍କୁ ଧୋକା ଦେବେନାହିଁ ବୋଲି କହିଛନ୍ତି ।

Get real time updates directly on you device, subscribe now.