fbpx

ଥରେ ଚାର୍ଜ ହେଲେ ଗଡିବ ୮୦୦ କିମି: ବିଶ୍ୱର ପ୍ରଥମ ସୋଲାର କାର ହମ୍ବଲ-୧

ନୂଆଦିଲ୍ଲୀ: କାର ଦୁନିଆରେ ଆସିଛି ବିପ୍ଲବ । ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବଢୁଥିବା ବେଳେ ଏମିତି ଏକ ଇଲେକ୍ଟ୍ରିକ୍ କାର୍ ଆସିଛି ଯାହା ଥରେ ଚାର୍ଜ ହେଲେ ୮୦୦ କିମି ଯାତ୍ରା କରିପାରିବ । ଏହା ସହିତ ଏହି ଇଭିଟି ସୌର ଶକ୍ତି ଦ୍ୱାରା ପରିଚାଳିତ ହୋଇଥାଏ । ଏହା ସହିତ ବିଶ୍ୱର ପ୍ରଥମ କାର ଭାବରେ ଏହା ସୌର ଶକ୍ତିରେ ପରିଚାଳିତ ବୋଲି କୁହାଯାଉଛି । ହମ୍ବଲ ମୋଟର୍ସ ପକ୍ଷରୁ ଲଞ୍ଚ କରାଯାଇଥିବା ଏହି ଏସୟୁଭି କାରଟିର ଛାତ ଉପରେ ସୋଲାର ପ୍ୟାନେଲ ଲଗାଯାଇଛି । ବିଗତ ଦୁଇ ବର୍ଷ ହେଲାଣି କାର ଉପରେ କାମ ଜାରି ରହିଥିବା ବେଳେ ୨୦୨୪ରୁ ଏହାର ଉତ୍ପାଦନ ଆରମ୍ଭ ହେବ । ଏହା ସହିତ ୨୦୨୫ରୁ ଏହାର ଡେଲିଭରୀ ଆରମ୍ଭ କରାଯିବ ।

ହମ୍ବଲ ମୋଟର୍ସ ପକ୍ଷରୁ କରାଯାଇଥିବା ଦାବି ଅନୁଯାୟୀ ଇଲେକ୍ଟ୍ରିକ ଏସୟୁଭି ହମ୍ବଲ ୱାନ ଥରେ ଚାର୍ଜ ହେଲେ ୮୦୫ କିମି ଯାତ୍ର କରି ପାରିବ । କେବଳ ସୋଲାର ମୋଡରେ ଏହି କାରଟି ୯୬ କିମି ପର୍ଯ୍ୟନ୍ତ ଯାତ୍ରା କରି ପାରିବ । ଏହାର ବ୍ୟାଟେରୀ ଉଭୟ ବିଦ୍ୟୁତ ଏବଂ ସୌର ଶକ୍ତି ଦ୍ୱାରା ଚାର୍ଜ କରାଯାଇପାରିବ । ଏହି କାରର ଛାତ ଉପରେ ୮୨.୩୫ ବର୍ଗଫୁଟର ଏକ ସୋଲାର ପ୍ୟାନେଲ ରହିଛି । ଏହି ପ୍ୟାନେଲରୁ ୧୦୨୦ ଏଚପି ବିଦ୍ୟୁତ ବାହାରିଥାଏ । ହମ୍ବଲ ୱାନର ମୂଲ୍ୟ ୧ ଲକ୍ଷ ୯ ହଜାର ଡଲାର ବା ଭାରତୀୟ ମୁଦ୍ରାରେ ୮୦ ଲକ୍ଷ ଟଙ୍କା ରହିଥିବା ବେଳେ ୨୨ ହଜାର ଟଙ୍କା ଦେଇ ଏହାକୁ ବୁକ୍ କରିହେବ ।

Get real time updates directly on you device, subscribe now.