fbpx

କୋଲକାତାରେ ହଜି ଯାଇଛନ୍ତି ୟାମୀ; ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

କୋଲକାତା: ବଲିଉଡ ଅଭିନେତ୍ରୀ ୟାମୀ ଗୌତମ କୋଲକାତାରେ ହଜି ଯାଇଛନ୍ତି । ତେବେ ୟାମୀ ବାସ୍ତବରେ ହଜି ନାହାନ୍ତି ବରଂ ଲଷ୍ଟ ନାମ ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି । ବିବାହ ପାଇଁ କିଛି ଦିନ ହେବ ସିଲଭର ସ୍କ୍ରିନରୁ ଦୂରେଇ ରହିଥିଲେ । ତେବେ ରବିବାର ଠାରୁ ୟାମୀ ଏହି ଇନେଭେଷ୍ଟିଗେଟିଂ ଡ୍ରାମାର ସୁଟିଂ ଆରମ୍ଭ କରିଛନ୍ତି ।

ରବିବାର ୟାମୀ ଟ୍ୱିଟ୍ଟରରେ ନିଜର ଅପକମିଙ୍ଗ ଫିଲ୍ମ ସମ୍ପର୍କରେ ଘୋଷଣା କରିଛନ୍ତି । ନିଜ ଟ୍ୱିଟ୍ଟର ହ୍ୟାଣ୍ଡେଲରୁ ୟାମୀ ଏହି ଘୋଷଣା କରିବା ସହିତ ପ୍ରଥମ ଟେକର ଫଟୋ ମଧ୍ୟ ଶେୟାର କରିଛନ୍ତି । ୟାମୀଙ୍କ ବ୍ୟତିତ ପଙ୍କଜ କପୁର, ରାହୁଲ ଖନ୍ନା, ନୀଳ ଭୂପଲମ, ପିଆ ବାଜପେୟୀ ଏବଂ ତୁଷାର ପାଣ୍ଡେ ଏହି ଫିଲ୍ମରେ ନଜର ଆସିବେ । ଅନିରୁଦ୍ଧ ରୟ ଚୌଧୁରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୨୦୨୨ରେ ରିଲିଜ ହେବ ।

Get real time updates directly on you device, subscribe now.