fbpx

ଆସନ୍ତାକାଲି ଯୋଗିନୀ ଏକାଦଶୀ ବ୍ରତ: ଠିକ୍ ଉପାୟରେ ପୂଜାର୍ଚ୍ଚନା କଲେ ହୋଇଯିବେ ଧନୀ, ଜାଣନ୍ତୁ ଶୁଭ ମୂହୁର୍ତ୍ତ

ଏକାଦଶୀ ବ୍ରତ ମାସରେ ଦୁଇ ଥର ପଡ଼ିଥାଏ । ଏହିପରି ଭାବେ ବର୍ଷରେ ୨୪ଟି ଏକାଦଶୀ ପଡ଼ିଥାଏ । ଏହି ୨୪ଟି ଏକାଦଶୀ ମଧ୍ୟରୁ ଯୋଗିନୀ ଏକାଦଶୀ ସମ୍ପୂର୍ଣ୍ଣ ଖାସ୍ ହୋଇଥାଏ । ଏହି ଯୋଗିନୀ ଏକାଦଶୀକୁ ମହତ୍ତ୍ୱପୂର୍ଣ୍ଣ ଏକାଦଶୀ ଭାବେ ପାଳନ କରା ଯାଇଥାଏ । ତେବେ ଆସନ୍ତା କାଲି ଯୋଗିନୀ ଏକାଦଶୀ ବ୍ରତ ପାଳନ କରାଯିବ । ଏହି ଏକାଦଶୀ କରିବା ଦ୍ୱାରା ଜନ୍ମ ମୃତ୍ୟୁର ଚକ୍ରରୁ ମୁକ୍ତି ମିଳିବା ସହ ଜୀବନରେ ସୁଖ ଭରି ଯାଇଥାଏ ବୋଲି ବିଶ୍ୱାସ ରହିଛି । ସେହିପରି ଏହି ବ୍ରତ ନିଷ୍ଠାର ସହ ପାଳନ କଲେ ଆପଣ ଧନୀ ହୋଇ ପାରିବେ ।

ଆଷାଢ ମାସର କୃଷ୍ଣ ପକ୍ଷରେ ଏହି ଏକାଦଶୀ ରଖା ଯାଇଥାଏ । ତେବେ ଚଳିତ ବର୍ଷ ଏହି ଯୋଗିନୀ ଏକାଦଶୀ ବ୍ରତ ୨୪ ଜୁନ ଅର୍ଥାତ ଆସନ୍ତା କାଲି ପାଳିତ ହେବ । ଚଳିତ ବର୍ଷ ଏହି ବ୍ରତରେ କିଛି ବିଶେଷ ଯୋଗ ରହିଥିବାରୁ ବ୍ରତକୁ ଭିନ୍ନ ଭାବେ ପାଳନ କରାଯିବ । ଏହି ଯୋଗ ବହୁତ ଶୁଭ ହୋଇଥିବାରୁ ଯୋଗିନୀ ଏକାଦଶୀର ମହତ୍ତ୍ୱକୁ ଅଧିକ ବଢାଇବାରେ ସହାୟକ ହେବ ।

ଯୋଗିନୀ ଏକାଦଶୀରେ ରହିଛି ୩ଟି ଶୁଭ ଯୋଗ:
ଯୋଗିନୀ ଏକାଦଶୀରେ ୩ଟି ଶୁଭ ଯୋଗ ସୃଷ୍ଟି ହୋଇଥିବା ଜଣା ପଡ଼ିଛି । ୨୪ ଜୁନରେ ସୁକର୍ମା, ଧୃତି ଯୋଗ ସହ ବହୁତ ଶୁଭ ସ୍ୱାର୍ଥ ସିଦ୍ଧି ଯୋଗ ମଧ୍ୟ ସୃଷ୍ଟି ହୋଇଥିବା ଜଣା ପଡ଼ିଛି । ସ୍ୱାର୍ଥ ସିଦ୍ଧି ଯୋଗକୁ ଧର୍ମ ଜ୍ୟେତିଷରେ ଅତ୍ୟନ୍ତ ଶୁଭ ଯୋଗ ବୋଲି ବିଶ୍ୱାସ କରାଯାଏ । ଏହି ଯୋଗରେ କରା ଯାଉଥିବା କାର୍ଯ୍ୟର ଶୁଭ ଫଳ ମିଳିଥାଏ । ସେହିପରି ସୁକର୍ମା ଓ ଧୃତି ଯୋଗ ମଧ୍ୟ ଅତ୍ୟନ୍ତ ଶୁଭ ଫଳ ଦେଇଥାଏ । ଏହି ୩ଶୁଭ ଯୋଗ ବ୍ୟତୀତ ଅଶ୍ୱିନୀ ଓ ଭରଣୀ ନକ୍ଷତ୍ର ମଧ୍ୟ ଥିବାର ଜଣା ପଡ଼ିଛି । ଏହି ଦୁଇ ନକ୍ଷତ୍ରକୁ ମଧ୍ୟ ବହୁତ ଶୁଭ ଭାବେ ଗ୍ରହଣ କରାଯାଇଛି ।

ଯୋଗିନୀ ଏକାଦଶୀର ଶୁଭ ମୂହୁର୍ତ୍ତ:
୨୦୨୨ ଜୁନ ୨୪ ରେ ପଡ଼ୁଥିବା ଏହି ଯୋଗିନୀ ଏକାଦଶୀ ବ୍ରତ ସକାଳ ୦୫.୨୪ ରୁ ୦୮.୦୪ ସମୟ ପର୍ଯ୍ୟନ୍ତ ସ୍ୱାର୍ଥ ସିଦ୍ଧି ଯୋଗ ରହିବ । ଏହା ପରେ ସକାଳ ୧୧.୫୬ରୁ ୧୨.୫୧ ସମୟ ହେଉଛି ପୂଜା କରିବାର ଉତ୍ତମ ମୂହୁର୍ତ୍ତ । ଏହି ମୂହୁର୍ତ୍ତରେ ପୂଜା କଲେ ଶୁଭ ଫଳ ମିଳିଥାଏ ବୋଲି ବିଶ୍ୱାସ କରାଯାଏ ।

ବ୍ରତ ଦ୍ୱାରା ମିଳିବ ସୁଖ ସମୃଦ୍ଧି:
ଯୋଗିନୀ ଏକାଦଶୀରେ ପ୍ରାତଃ ସ୍ନାନ କରି ଭଗବାନଙ୍କ ଦର୍ଶନ କରିବା ପରେ ଏକାଦଶୀ ବ୍ରତର ସଂକଳ୍ପ ନେବାକୁ ପଡ଼ିଥାଏ । ହଳଦିଆ ବସ୍ତ୍ର ପରିଧାନ କରି ଭଗବାନ ବିଷ୍ଣୁଙ୍କ ପୂଜା କରିବାକୁ ପଡ଼ିଥାଏ । ଭଗବାନ ବିଷ୍ଣୁଙ୍କୁ ଗଙ୍ଗାଜଳରେ ଅଭିଷେକ କରିବା ପରେ ଚନ୍ଦନ, ଅକ୍ଷତ, ଧୂପ ଓ ଦୀପ ଦେଇ ଭଗବାନଙ୍କୁ ପୂଜା କରା ଯାଇଥାଏ । ଭଗବାନ ବିଷ୍ଣୁଙ୍କୁ ତୁଳସୀ ଅର୍ପଣ କରି ଆରାଧନା କରାଯାଏ । ଏକାଦଶୀ ବ୍ରତର ମାହାତ୍ମ୍ୟକୁ ପଢିବାକୁ ପଡ଼ିଥାଏ । ଏହି ଦିନ ଭଗବାନ ବିଷ୍ଣୁଙ୍କ ସହ ମା’ ଲକ୍ଷ୍ମୀଙ୍କ ପୂଜା କଲେ ଧନ ଲାଭ ହୋଇଥାଏ ।

Get real time updates directly on you device, subscribe now.