fbpx

ରାଜ୍ୟରେ ଗର୍ଭବତୀଙ୍କୁ କେବେ ଟିକାକରଣ? ଜାଣନ୍ତୁ କ’ଣ କହିଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ଭାବ୍ୟ କରୋନାର ତୃତୀୟ ଲହରର ମୁକାବିଲା ପାଇଁ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଗର୍ଭବତୀମାନଙ୍କୁ ଟିକାକରଣ ନେଇ ସରକାର ଅନୁତି ଦେଇଛସାରିଛନ୍ତି । ରାଜ୍ୟରେ ୧୫ ତାରିଖ ପରେ ଗର୍ଭବତୀଙ୍କୁ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ‘ଯେଉଁ ଜିଲ୍ଲାରେ ଯେଉଁ ଟିକା ଦିଆଯାଉଛି, ସେହି ଟିକା ଦିଆଯିବ । ଆଜି ଏନେଇ ଗାଇଡଲାଇନ ସ୍ଥିର କରାଯାଇ ଜଣାଇ ଦିଆଯିବ । ୧୫ ପୂର୍ବରୁ ଏଏନଏମ, ଆଶା, ଅଙ୍ଗନବାଡ଼ି, ସ୍ୱାସ୍ଥ୍ୟକର୍ମୀଙ୍କ ତାଲିମ ଶେଷ ହେବ । ଫଳରେ ୧୫ ତାରିଖ ପରେ ଗର୍ଭବତୀମାନଙ୍କୁ ଟିକାକରଣ ଆରମ୍ଭ ହେବ ।’

Get real time updates directly on you device, subscribe now.