fbpx

ଏଣିକି ଅନ୍‌ଲାଇନ୍‌ରେ ମିଳିବ ଜନ୍ମ, ମୃତ୍ୟୁ ପ୍ରମାଣପତ୍ର, ଘରେ ବସି ଆବେଦନ କରିପାରିବେ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍): ରାଜଧାନୀବାସୀ ଏଣିକି ସହଜରେ ଜନ୍ମ ଏବଂ ମୃତ୍ୟୁ ସାର୍ଟିଫିକେଟ୍‌ ପାଇପାରିବେ । ଘରେ ବସି ଅନ୍‌ଲାଇନ୍‌ରେ ଆବେଦନ କରିବା ସହ ଅନ୍‌ଲାଇନ୍‌ରେ ସାର୍ଟିଫିକେଟ୍‌ ପାଇବେ । ଏନେଇ ସେମାନଙ୍କୁ ବିଏମ୍‌ସି ଅଫିସ ଯିବାକୁ ପଡିବନି । ୱେବ୍‌ସାଇଟ୍‌ ମାଧ୍ୟମରେ ଆବେଦନ କରିବା ପରେ ସେମାନଙ୍କୁ ଏହି ସାର୍ଟିଫିକେଟ୍‌ ଯୋଗାଇ ଦିଆଯିବ । ଏନେଇ ଆଜି ବିଏମ୍‌ସି ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି।

 

ଅନ୍‌ଲାଇନ୍‌ରେ ଜନ୍ମ ମୃତ୍ୟୁ ସାର୍ଟିଫିକେଟ୍ ଆବେଦନ କରିବା ପାଇଁ www.ulbodisha.gov.in  ରେ ଓ୍ବେବ୍‌ସାଇଟ୍ ଲଗ୍ଇନ୍‌ କରିବାକୁ ପଡିବ। ଏହି ସାଇଟ୍‌ରେ ଜନ୍ମ ଓ ମୃତ୍ୟୁ ତାରିଖ, ସ୍ଥାନ ଓ ଅନ୍ୟ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେବାକୁ କରିବାକୁ ପଡିବ। ଆବେଦନର କିଛି ଦିନ ମଧ୍ୟ ସାର୍ଟିଫିକେଟ୍ ମିଳିପାରିବ।

Get real time updates directly on you device, subscribe now.