fbpx

ରାଜ୍ୟରେ ପୁଣି ୬୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର, (ଓଡିଶା ଭାସ୍କର): ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଯେତେ ସଚେତନ ରହିଲେ ବି ରାଜ୍ୟରେ ମୃତ୍ୟୁସଂଖ୍ୟା କମିବାରେ ନାଁ ଧରୁନାହିଁ । ପ୍ରତିଦିନ ୬୦ ଉପରକୁ ଜୀବନ ନେଇଛୁ କରୋନା ମହାମାରୀ । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୭,୫୬୨ କୁ ବୃଦ୍ଧି ପାଇଛି ।

ତେବେ ଆଜି କଟକ ଜିଲ୍ଲାରୁ ସର୍ବାଧିକ ୨୫ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ଜଗତସିଂହପୁରରୁ ୨୧, ଢେଙ୍କାନାଳରୁ ୯, ବାଲେଶ୍ୱର ଖୋର୍ଦ୍ଧାରୁ ୩ ଜଣ ଲେଖାଏଁ, ଅନୁଗୁଳ, ଗଞ୍ଜାମ ଓ ପୁରୀରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହା ସହ ଭଦ୍ରକ ଓ କେନ୍ଦୁଝରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.