fbpx

ଓଡ଼ିଶା ସମେତ ଏହି ରାଜ୍ୟରେ ESIC ପକ୍ଷରୁ ବାହାରିଲା ନିଯୁକ୍ତି, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆ ଦିଲ୍ଲୀ: ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଆସିଛି ଖୁସିଖବର । କର୍ମଚାରୀଙ୍କ ରାଜ୍ୟ ବୀମା ନିଗମ ESIC ପକ୍ଷରୁ ହିମାଚଳ ପ୍ରଦେଶ, ଓଡ଼ିଶା, ଆସାମ ଓ ତାମିଲନାଡୁରେ ୪୭ ଜଣ ବିଶେଷଜ୍ଞ ଗ୍ରେଡ୍ ୨ (ଜୁନିୟର ସ୍କେଲ୍ ଓ ସିନିୟର ସ୍କେଲ୍) ପଦବୀ ପୂରଣ ପାଇଁ ନିଯୁକ୍ତି ବାହାରିଛି । ଆବେଦନ ଫର୍ମଗୁଡ଼ିକ ESICର ଅଫିସିଆଲ୍ ୱେବସାଇଟରେ ଉପଲବ୍ଧ । ତେବେ ଆସନ୍ତୁ ଜାଣିବା ଏଥିରେ ଆବେଦନ କରିବେ କେମିତି…

ଆବେଦନ କରିବାକୁ ଶେଷ ତାରିଖ ହେଉଛି ୧ ନଭେମ୍ବର । ପ୍ରାର୍ଥୀମାନେ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ଆବେଦନ ଫର୍ମ ପୂରଣ କରିବେ । ଆସାମ, ମେଘାଳୟ, ଅରୁଣାଚଳ ପ୍ରଦେଶ, ମିଜୋରାମ, ମଣିପୁର, ନାଗାଲାଣ୍ଡ, ତ୍ରିପୁରା, ସିକ୍କିମ, ଲଦାଖ, ଲାହୋଲ, ସ୍ପିଟି ଜିଲ୍ଲା ପାଙ୍ଗି ସବ-ଡିଭିଜନ ରହୁଥିବା ପ୍ରାର୍ଥୀଙ୍କଠାରୁ ଆବେଦନ ଗ୍ରହଣ କରିବାର ନଭେମ୍ବର ୧ ଶେଷ ତାରିଖ । ହିମାଚଳ ପ୍ରଦେଶର ଚାମ୍ବା ଜିଲ୍ଲାର ଡିଭିଜନ୍, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଓ ଲକ୍ଷ୍ମଦ୍ୱୀପ ନଭେମ୍ବର ୮ ଆବେଦନର ଶେଷ ତାରିଖ ।

ମୋଟ ଖାଲି ପଦବୀ ମଧ୍ୟରୁ ଦୁଇଟି ପଦବୀରେ ବିଶେଷଜ୍ଞ ଗ୍ରେଡ୍ ୨ (ସିନିୟର ସ୍କେଲ୍) ଓ ବାକି ବିଶେଷଜ୍ଞ ଗ୍ରେଡ୍ ୨ (ଜୁନିୟର ସ୍କେଲ୍)ରେ ଅଛି । ତେବେ ସାକ୍ଷାତକାର ଆଧାରରେ ନିର୍ବାଚନ କରାଯିବ ଯାହା ଚୟନ ବୋର୍ଡ ଦ୍ୱାରା ପରିଚାଳିତ ହେବ । ଉପରୋକ୍ତ ପଦବୀଗୁଡ଼ିକ ପାଇଁ ସାକ୍ଷାତକାର ଏକ ଉପଯୁକ୍ତ ସ୍ଥାନରେ ଅନୁଷ୍ଠିତ ହେବ, ବିଶେଷକରି ରାଜ୍ୟ ରାଜଧାନୀରେ, ଯାହା ସାକ୍ଷାତକାରର ସମୟ ନିର୍ଘଣ୍ଟ ସମୟରେ ସୂଚିତ କରାଯିବ ।

ପ୍ରାର୍ଥୀମାନେ ଶିକ୍ଷାଗତ ଯୋଗ୍ୟତା, ବୟସ ସୀମା ଓ ନିଯୁକ୍ତି ସମ୍ବନ୍ଧୀୟ ଅନ୍ୟାନ୍ୟ ସୂଚନା ପାଇଁ ESIC ଅଫିସିଆଲ୍ ୱେବସାଇଟ https://www.esic.nic.in/recruitmentsରେ ଦିଆଯାଇଥିବା ଚାକିରି ବିଜ୍ଞପ୍ତିକୁ ଅନୁସରଣ କରି ଆପଣ ଜାଣିପାରିବେ ।

Get real time updates directly on you device, subscribe now.