fbpx

ଭୁଲରେ ଏହି ନମ୍ବର ଡାଏଲ୍ କଲେ ରିସେଟ୍ ହୋଇଯିବ ଆପଣଙ୍କ ମୋବାଇଲ, ଉଡିଯିବ ସବୁ ଡାଟା

Advertisement

ନୂଆଦିଲ୍ଲୀ: ଟେକ୍ନୋଲୋଜିର ଏହି ଯୁଗରେ ପ୍ରତ୍ୟେକ ବ୍ୟକ୍ତି ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି । ଅଧିକାଂଶ ଲୋକ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି । ଆଣ୍ଡ୍ରଏଡ୍ ସ୍ମାର୍ଟଫୋନରେ ଅନେକ ଫିଚର୍ସ ଅଛି ଏବଂ କିଛି ସିକ୍ରେଟ୍ କୋଡ୍ ମଧ୍ୟ ଅଛି ।

ଅଧିକାଂଶ ଲୋକ ସମସ୍ତ ସିକ୍ରେଟ୍ କୋଡ ବିଷୟରେ ଜାଣନ୍ତି ନାହିଁ । ଯଦିଓ ଏହି ସିକ୍ରେଟ୍ କୋଡଗୁଡ଼ିକ ଅତ୍ୟନ୍ତ ଉପଯୋଗୀ । ଏଗୁଡିକ ମାଧ୍ୟମରେ ଆପଣ ସହଜରେ ଆପଣଙ୍କ ଫୋନ୍ ବିଷୟରେ କୌଣସି ସୂଚନା ପାଇପାରିବେ । କିନ୍ତୁ ଅଜାଣତରେ ଏକାଧିକ କୋଡ୍ ଡାଏଲ୍ କରିବା ମଧ୍ୟ ସମସ୍ୟା ସୃଷ୍ଟି କରିପାରେ । ଏହି ଗୁପ୍ତ ଆଣ୍ଡ୍ରଏଡ୍ କୋଡ୍ ବିଷୟରେ ଜାଣନ୍ତୁ ।

*#06#
ପ୍ରତ୍ୟେକ ଫୋନରେ ଏକ ଆଇଏମଇଆଇ ନମ୍ବର ଅଛି । ଏହି ସଂଖ୍ୟା ବହୁତ ଉପଯୋଗୀ । ଯଦି ଆପଣ ନିଜ ଫୋନର ଆଇଏମଇଆଇ ନମ୍ବର ଜାଣିବାକୁ ଚାହୁଁଛ, ତେବେ ନିଜ ମୋବାଇଲର ଡାଏଲପ୍ୟାଡରେ *#06# ଦବାଇବାକୁ ପଡିବ । ଏହାକୁ ଦବାଇବା ପରେ ଆପଣଙ୍କ ଫୋନର ଆଇଏମଇଆଇ ନମ୍ବର ସ୍କ୍ରିନରେ ଦେଖାଯିବ ।

*#07#
ଏହି ସିକ୍ରେଟ୍ କୋଡ ଆପଣଙ୍କ ଡିଭାଇସର Specific Absorption Rate (SAR) ମୂଲ୍ୟ ବିଷୟରେ ସୂଚନା ଦେଇଥାଏ । ଏପରି ପରିସ୍ଥିତିରେ ଏହାକୁ ଯାଞ୍ଚ କରିବାକୁ ଫୋନର ଡାଏଲପ୍ୟାଡରୁ *#07#ଟାଇପ୍ କରିବାକୁ ପଡିବ । ଆପଣ ଏହାକୁ ଟାଇପ୍ କରିବା ମାତ୍ରେ ଆପଣଙ୍କର ଡିଭାଇସର ସାରା ମୂଲ୍ୟ ଦେଖାଯିବ ।

#*#225#*#*
ଆପଣଙ୍କ ଡିଭାଇସରେ ମୋବାଇଲର କ୍ୟାଲେଣ୍ଡର କେତେ ଷ୍ଟୋରେଜ୍ ନେଇଛି ତାହା ମଧ୍ୟ ଆପଣ ଯାଞ୍ଚ କରିପାରିବେ । ଏଥିପାଇଁ ଆପଣଙ୍କୁ #*#225#*#* କୋଡ୍ ଡାଏଲ୍ କରିବାକୁ ପଡିବ । ତା’ପରେ ଅବଶିଷ୍ଟ ବିବରଣୀ ଆପଣଙ୍କ ପରଦାରେ ଦେଖାଯିବ ।

*#*#4636#*#*
ଏହି ଆଣ୍ଡ୍ରଏଡ୍ ସିକ୍ରେଟ୍ କୋଡ୍ ମଧ୍ୟ ବହୁତ ଉପଯୋଗୀ । ଏହି ସିକ୍ରେଟ୍ କୋଡ୍ ମାଧ୍ୟମରେ ଆପଣ ଫୋନର ଅନେକ ବିବରଣୀ ବିଷୟରେ ସୂଚନା ପାଇପାରିବେ । ଏହି କୋଡ୍ ସହିତ ଆପଣ ଫୋନର ବ୍ୟାଟେରୀ, ଫୋନ୍ ଏବଂ ନେଟୱାର୍କ ଷ୍ଟାଟିଷ୍ଟିକ୍ସ ବିଷୟରେ ସୂଚନା ପାଇପାରିବେ ।

*2767*3855#
ଏହି ସିକ୍ରେଟ କୋଡ୍ ଆପଣଙ୍କ ଫୋନ୍ ରି- ସେଟ୍ କରିବାକୁ ବ୍ୟବହୃତ ହୁଏ । ଯଦି ଆପଣ ଆପଣଙ୍କର ମୋବାଇଲ୍ ରି- ସେଟ୍ କରିବାକୁ ଚାହୁଁଛନ୍ତି ତେବେ *2767*3855#ଡାଏଲ୍ କରନ୍ତୁ । ଏହାଫଳରେ ଆପଣଙ୍କ ଫୋନ ଫ୍ୟାକ୍ଟି ରି- ସେଟ୍ ହୋଇଯିବ ଏବଂ ଫୋନରେ ଥିବା ସମସ୍ତ ଡାଟା ଉଡିଯିବ ।

Get real time updates directly on you device, subscribe now.