ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରତ୍ୟେକ ମା ପାଇଁ ତାର ଛୁଆ ସ୍ୱତନ୍ତ୍ର । ତାହା ମଣିଷ ହେଉ ଅଥବା ଅନ୍ୟ କୌଣସି ପ୍ରାଣୀ ଛୁଆ ପାଇଁ ମା’ ମନରେ ରହିଥିବା ଅନାବିଳ ସ୍ନେହକୁ ଶବ୍ଦରେ ବର୍ଣ୍ଣନା କରିବା କଷ୍ଟକର । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକର ଚରମ୍ପା ଅନ୍ତର୍ଗତ ୩ ନମ୍ବର ୱାର୍ଡର ନୂଆ ପୋଖରୀ ଅଞ୍ଚଳର । ଏହି ଭିଡିଓଟି ବର୍ତ୍ତମାନ ବେଶ ଭାଇରାଲ ହେଉଥିବା ବେଳେ ଏହାକୁ ଦେଖିଲେ ଆପଣ ବି ଦୁଃଖିତ ହୋଇଯିବେ ।
ବିଭିନ୍ନ ସିନେମାରେ ଦେଖିଥିବା କାହାଣୀ ପରି ନିଜ ମୃତ ଛୁଆକୁ ଛାଡି ପାରୁନାହିଁ ମାଙ୍କଡଟି । ଚାଳ ଉପରେ ହେଉ ବା ଗଛ ଉପରେ ବା ରାସ୍ତା କଡ ମାଙ୍କଡଟି ଯୁଆଡେ ଯାଉଛି ସାଙ୍ଗରେ ରହିଛି ମୃତ ଶାବକ । ଏହା ଏକ ମାନସିକ ରୋଗ ହୋଇଥିବା ବେଳେ ଏହା କେବଳ ମଣିଷ ଓ ମାଙ୍କଡଙ୍କ ଠାରେ ଦେଖିବାକୁ ମିଳିଥାଏ । ଦେଖନ୍ତୁ ଭିଡିଓ…..