fbpx

ଆଇସିସି ଟି-୨୦ ମହିଳା ଟିମ୍‌ ଅଫ୍‌ ଦି ଇୟର୍‌ ଦଳରେ ମନ୍ଦନା

ଦୁବାଇ: ଭାରତୀୟ ମହିଳା କ୍ରିକେଟ ଦଳର ସ୍ମୃତି ମନ୍ଦନା ଏକମାତ୍ର ଖେଳାଳି ଭାବେ ଆଇସିସି ଟି-୨୦ ମହିଳା ଟିମ ଅଫ ଦି ଇୟର ୨୦୨୧ ଦଳରେ ସ୍ଥାନ ପାଇଛନ୍ତି । ଭାରତୀୟ ପୁରୁଷ ଟି-୨୦ ଦଳର କୌଣସି ଖେଳାଳି ୨୦୨୧ ଆଇସିସି ପୁରୁଷ ଟିମ ଅଫ ଦି ଇୟର ଦଳରେ ସାମିଲ ହୋଇ ପାରି ନ ଥିବା ବେଳେ ସ୍ମୃତି ମନ୍ଦନା ଗତ ବର୍ଷ ଭଲ ପ୍ରଦର୍ଶନ କରି ଆଇସିସି ଟି-୨୦ ଦଳରେ ସ୍ଥାନ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ସୂଚନା ଯୋଗ୍ୟ ଯେ ମନ୍ଦନା ଗତ ବର୍ଷ ୯ ଅନ୍ତର୍ଜାତୀୟ ମ୍ୟାଚ ଖେଳି ଦୁଇ ଅର୍ଦ୍ଧ ଶତକ ସହିତ ୩୧.୮୭ ହାରେ ମୋଟ ୨୫୫ ରନ ସଂଗ୍ରହ କରିଛନ୍ତି । ତେବେ ଇଂଲଣ୍ଡ ମହିଳା ଦଳର ଏକାଧିକ ଖେଳାଳି ଗତ ବର୍ଷ ଅନ୍ତର୍ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରି ଆଇସିସି ଟି-୨୦ ମହିଳା ଟିମ ଅଫ ଦି ଇୟର ଦଳରେ ସ୍ଥାନ ପାଇବା ପାଇଁ ହକଦାର ହୋଇ ପାରିଛନ୍ତି ।

ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଲା ଯେ ଭାରତର କୌଣସି ପୁରୁଷ ଖେଳାଳି ଆଇସିସି ଟି-୨୦ ପୁରୁଷ । ଟିମ ଅଫ ଦି ଇୟର ଦଳରେ ସ୍ଥାନ ପାଇ ପାରି ନାହାନ୍ତି । ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ବାବର ଆଜାମ ଏହି ଟିମର କ୍ୟାପଟେନ୍ ମନୋନୀତ ହୋଇଛନ୍ତି । ଗତ ବର୍ଷ ଆଜାମ ୨୯ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳି ଗୋଟିଏ ଶତକ ଓ ୯ ଅର୍ଦ୍ଧଶତକ ୯୩୯ ରନ ସଂଗ୍ରହ କରିଥିଲେ । ସେହିପରି ଅଧିନାୟକତ୍ୱ କ୍ଷେତ୍ରରେ ମଧ୍ୟ ଆଜାମ ଦକ୍ଷତା ପ୍ରମାଣିତ କରିବା ସହିତ ପାକିସ୍ତାନକୁ ଟି-୨୦ ବିଶ୍ୱକପ ସେମିଫାଇନାଲ ପର୍ଯ୍ୟାୟରେ ପ୍ରବେଶ କରାଇ ଥିଲେ । ବାବର ଆଜାମଙ୍କ ସହିତ ପାକିସ୍ତାନର ଅନ୍ୟ ଦୁଇ ଖେଳାଳି ମହମ୍ମଦ ରିଜୱାନ , ଶାହିନ ଶାହ ଆଫ୍ରଦି , ଅଷ୍ଟ୍ରେଲିଆ ଦଳର ମିଚେଲ ମାର୍ଶ ଓ ଜୋସ ହାଜେଲଉଡ୍‌ ଏବଂ ଶ୍ରୀଲଙ୍କା ଦଳର ୱାନିନ୍ଦୁ ହସରଙ୍ଗା , ଦକ୍ଷିଣ ଆଫ୍ରିକାର ଡେଭିଡ ମିଲର , ଏଦେନ ମାରକ୍ରାମ , ତାବ୍ରେଜ ଶାମସି ଓ ବାଂଲାଦେଶର ପେସ୍‌ ବୋଲର ମୁସ୍ତାଫିଜୁର ଓ ଇଂଲଣ୍ଡ ଦଳର ଜୋସ ବଟ୍ଟଲରଙ୍କୁ ଏହି ଦଳରେ ସ୍ଥାନ ପାଇଛନ୍ତି ।

Get real time updates directly on you device, subscribe now.