fbpx

Under 19 WorldCupରେ ସ୍ନେହିତ ରେଡ୍ଡୀଙ୍କ ଶତକ, ଶୁଭମନ ଗିଲଙ୍କ ଅନ୍ଦାଜରେ କରିଲେ ପାଳନ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ICC Under 19 WorldCup 2024 ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଓ ନେପାଳ ମଧ୍ୟରେ ଜୋରଦର ମୁକାବିଲା ଦେଖିବାକୁ ମିଳିଥିଲା । ଟସ୍ ଜିତି ନ୍ୟୁଜିଲ୍ୟାଣ୍ଡ ପ୍ରଥମ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ନ୍ୟୁଜିଲ୍ୟାଣ୍ଡ Under 19 ଦଳ ପ୍ରଥମେ ବ୍ୟାଟିଂ କରି ୮ ୱିକେଟରେ ୩୦୨ ରନ୍ କରିବାରେ ସଫଳ ହୋଇଥିଲେ । ଅଧିନାୟକ ଓସ୍କାର ଜ୍ୟାକସନ୍ ଏବଂ ସ୍ନେହିତ ରେଡ୍ଡୀ ପରସ୍ପର ଭାଗିଦାରୀରେ ଖେଳକୁ ବିଜୟ ସ୍ଥିତିକୁ ନେଇଯାଇଥିଲେ । ନ୍ୟୁଜିଲ୍ୟାଣ୍ଡ ଦଳ ନେପାଲକୁ ୬୪ ରନରେ ହରାଇବାରେ ସକ୍ଷମ ହୋଇଥିଲା । ଅପରପକ୍ଷରେ ନେପାଳ ଦଳ ୫୦ ଓଭରରେ ୯ଟି ୱିକେଟ ହରାଇ ୨୩୮ ରନ ସଂଗ୍ରହ କରିପାରିଥିଲା । ତେବେ ସ୍ନେହିତ ରେଡ୍ଡୀ ଶତକ ପୂରା କରିବା ପରେ ଶୁଭମନ ଗିଲଙ୍କ ଅନ୍ଦାଜରେ ମୁଣ୍ଡ ନୁଆଇଁ ଦର୍ଶକଙ୍କୁ ଅଭିବାଦନ ଜଣାଇଥିଲେ । ଏହି ବିଜୟର ଶ୍ରେୟ ସେ ଶୁଭମନ ଗିଲଙ୍କୁ ଦେଇଥିଲେ । ଶୁଭମନ ଗିଲଙ୍କୁ ସେ ପସନ୍ଦ କରନ୍ତି ଏବଂ ତାଙ୍କ ପରି ଖେଳିବା ପାଇଁ ଚେଷ୍ଟା କରନ୍ତି ବୋଲି କହିଥିଲେ ସ୍ନେହିତ । ସ୍ନେହିତ ତାଙ୍କ ପ୍ରଦର୍ଶନ ଦ୍ୱାରା ଦର୍ଶକଙ୍କ ମନ ଜିତିଥିଲେ ।

ତେବେ ସ୍ନେହିତ ରେଡ୍ଡୀ ଶତକ ପୂରା କରିବା ପରେ ଶୁଭମନ ଗିଲଙ୍କ ଅନ୍ଦାଜରେ ମୁଣ୍ଡ ନୁଆଇଁ ଦର୍ଶକଙ୍କୁ ଅଭିବାଦନ ଜଣାଇଥିଲେ । ଏହି ବିଜୟର ଶ୍ରେୟ ସେ ଶୁଭମନ ଗିଲଙ୍କୁ ଦେଇଥିଲେ । ଶୁଭମନ ଗିଲଙ୍କୁ ସେ ପସନ୍ଦ କରନ୍ତି ଏବଂ ତାଙ୍କ ପରି ଖେଳିବା ପାଇଁ ଚେଷ୍ଟା କରନ୍ତି ବୋଲି କହିଥିଲେ ସ୍ନେହିତ । ସ୍ନେହିତ ତାଙ୍କ ପ୍ରଦର୍ଶନ ଦ୍ୱାରା ଦର୍ଶକଙ୍କ ମନ ଜିତିଥିଲେ ।

Get real time updates directly on you device, subscribe now.