ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଦୀର୍ଘ ଦିନ ଧରି ବନ୍ଦ ଥିବା ସିନେମା ହଲ୍ ଗୁରୁବାରଠୁ ଖୋଲିବ। ଅଗଷ୍ଟ ମାସ ନୂଆ କୋଭିଡ୍ ଗାଇଡ୍ଲାଇନ୍ ଅନୁଯାୟୀ ସନେମା ହଲ୍ ଗୁଡିକରେ ଖୋଲିବାକୁ ଅନୁମିତି ମିଳିଛି। ସିଙ୍ଗଲ୍ ସ୍କ୍ରିନ୍ ପ୍ରେକ୍ଷାଳୟରେ ୫୦% ଦର୍ଶକଙ୍କୁ ନେଇ ଶୋ ଚାଲିବ। ଏଥିପାଇଁ ହଲ୍ ମାଲିକମାନେ ସବୁ ପ୍ରସ୍ତୁତି କରିଥିବା ପରେ ପୁଣି ଅଣ୍ଟା ସଳଖିବା ପାଇଁ ବାହାରିଛନ୍ତି। ଯେହେତୁ ୫୦% ଦର୍ଶକରେ ହଲ୍ଗୁଡ଼ିକ ଚାଲିବା ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି, ସେଥିପାଇଁ ପୂର୍ବ ପରି ଗୋଟିଏ ସିଟ୍ ଛଡ଼ା ଗୋଟିଏ ସିଟ୍ରେ ଦର୍ଶକ ବସି ପାରିବେ । ସୁରକ୍ଷା ଦୃଷ୍ଟିରୁ ଅନ୍ଲାଇନ୍ ଟିକେଟ୍ ବ୍ୟବସ୍ଥା ମଧ୍ୟ ରହିଛି । ସିନେମା ହଲ୍ ଭିତରକୁ ପ୍ରବେଶ କରିବା ପୂର୍ବରୁ ଥର୍ମାଲ ସ୍କାନିଂ କରାଯିବ । ଏଥିସହିତ ହାତକୁ ଭଳ ଭାବରେ ସାନିଟାଇଜ୍ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ପ୍ରତି ହଲ୍ ପକ୍ଷରୁ ୪ଟି ଶୋ’ଧାର୍ଯ୍ୟ କରାଯାଇଛି । ସକାଳ ୯ଟାରୁ ସନ୍ଧ୍ୟା ସାଢ଼େ ୭ଟା ପର୍ଯ୍ୟନ୍ତ ଗୋଟିଏ ପରେ ଗୋଟିଏ ଶୋ’ଚାଲିବ ।